ଭୋଟ ଦେଇ ନ ପାରିବାରୁ କିରୋସିନି ଢାଳି ଭୋଟର ଙ୍କ ଆତ୍ମହତ୍ୟା ଉଦ୍ୟମ

18

ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ନାଁ ନରହିବା ନେଇ ପ୍ରବଳ ପ୍ରତିକ୍ରିଆ ପ୍ରକାଶ ପାଉଛି । ଏହାକୁ ନେଇ ହିଂସାକାଣ୍ଡ ଓ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳୁଛି । ସେହିଭଳି ପଟ୍ଟାମୁଣ୍ଡାଇ ବ୍ଲକ୍ ଔପଦା ପଞ୍ଚାୟତ ୧୧ନଂ ବୁଥରେ ୩ଶହରୁ ଉର୍ଦ୍ଧ୍ବ ଭୋଟର ମତଦାନ ରୁ ବଞ୍ଚିତ ହେବଇ ନେଇ ପ୍ରତିବାଦରେ ଶତାଧିକ ମହିଳା-ପୁରୁଷ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦ତାରିଖ ରାତିଠାରୁ ଧାରଣାରେ ବସିରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ମତଦାନ ଚାଲୁଥିବା ବେଳେ ପ୍ରିଜାଇଡିଂ ଅଫିସର ମତଦାନ ପାଇଁ ଆସିଥିବା ଜଣେ ବୃଦ୍ଧା ମହିଳାଙ୍କୁ ବାହାରକୁ ଚାଲି ଯିବାକୁ କହିଥିଲେ । ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସର ଓ ଭୋଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ମତଦାନ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ମତଦାନ ନିର୍ଦ୍ଧାରିତ ସମୟ ୧ଟା ହେବାରୁ ମତଦାନରେ ନିୟୋଜିତ ଥିବା କର୍ମଚାରୀମାନେ ମତଦାନ କେନ୍ଦ୍ର ବନ୍ଦକରି ବାଲାଟ ବାକ୍ସଗୁଡିକୁ ପୋଲିସ ସହାୟତାରେ ଷ୍ଟ୍ରଙ୍ଗ ରୁମକୁ ନେଇଆସିଥିଲେ । ତେବେ ଏହି କାରଣରୁ ବୁଥର ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି । ପୁନଃ ମତଦାନ କରିବା ପ୍ରତିବାଦରେ ଗତ ୨୦ତାରିଖ ରାତିଠାରୁ ଶତାଧିକ ପୁରୁଷ-ମହିଳାମାନେ ଆମରଣ ଅନଶନରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଲିଥିଲା । ତେବେ ଦାବି ଉପରେ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନନେବା କି କୌଣସି ପ୍ରତିଶ୍ରୁତି ନଦେବା କାରଣରୁ ଆମରଣ ଅନଶନରେ ବସିଥିବା ଜଣେ ବ୍ୟକ୍ତି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିବା ସହିତ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଅନ୍ୟପଟେ ଭୋଟ୍ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ସରିଛି ଓ ବୁଥ୍ ବାକ୍ସ ନିରାପଦରେ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚି ସାରିଛି । ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି । ସେ ଯାହା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ଥାନୀୟ ବିଡ଼ିଓ କହିଛନ୍ତି ।

Comments are closed, but trackbacks and pingbacks are open.