ଭୋଟ ଦେଲେ ରାଷ୍ଟ୍ରପତି

53

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ । ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀ ବାଛିବାକୁ ଭୋଟ୍ ଦେଉଛି ଦିଲ୍ଲୀ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବିଭିନ୍ନ ମତଦାନ କେନ୍ଦ୍ରରେ ବର୍ତ୍ତମାନ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଏହା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ମତଦାନ ପୂର୍ବରୁ ମକ୍ ପୋଲିଂ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଚଳିତବର୍ଷ ଦିଲ୍ଲୀରେ ୧ କୋଟି ୫୬ ଲକ୍ଷ ୧୪ ହଜାର ମତାଦାତା ରହିଛନ୍ତି । ସେମାନଙ୍କ ମଧ୍ୟରେ ୮୩,୭୬,୧୭୩ ଜଣ ପୁରୁଷ ଓ ୭୨,୩୬,୫୬୦ ଜଣ ମହିଳା ଭୋଟର ରହିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି । କାଲକାଜୀ, ପଟପଡଗଞ୍ଜ, ଜଙ୍ଗପୁରା, ଓଖଲା, ବାବରପୁର, ଚାନ୍ଦନୀ ଚୌକ, ଗ୍ରେଟର କୈଳାସ, ବିଜୱାସନ, ମାଲବ୍ୟ ନଗର, ମଟିଆ ମହଲ, ନରେଲା ଇତ୍ୟାଦି ସ୍ଥାନଗୁଡ଼ିକ ଏବେ ବି ଲୋକପ୍ରିୟ । ଏହି ଆସନଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବହୁ ହେଭିୱେଟ୍ । ତେଣୁ ସମସ୍ତଙ୍କ ନଜର ଏହି ଆସନଗୁଡ଼ିକ ଉପରେ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭୋଟ୍ ଦେଇଛନ୍ତି । କେ କେ କାମରାଜ ଲେନର ଏକ ମତଦାନ କେନ୍ଦ୍ରରେ ସେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ପତ୍ନୀ ସୁନୀତା ଦ୍ୱିବେଦୀ ଏକ ସେଲଫି ବୁଥରେ ଏକ ଫଟୋ କ୍ଲିକ୍ କରିଛନ୍ତି ।

Comments are closed, but trackbacks and pingbacks are open.