ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ପାଳିତ ବିଶ୍ବ କ୍ରାନ୍ତି ଦବିସ ଏବଂ ଆଦିବାସୀ ଦିବସରେ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ ବିଜେଡି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଉଚ୍ଚ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ରର ବିକାଶ କରି ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଇଥିଲା । ନବୀନ କହିଥିଲେ କି, ଦଳ ସରକାରରେ ଥିବା ସମୟରେ ପଂଚାୟତକୁ ଜଙ୍ଗଲ ଜାତ ଦ୍ରବ୍ୟର ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଟେଲ , ଉଚ୍ଚ ଶିକ୍ଷା ପାଇଁ ଅନ୍ଵେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇ ଭଉଣୀଙ୍କୁ ବିକାଶ ସହ ଯୋଡି ପାରିଥିଲା । ଆଦିବାସୀ ଭାଇ ଭଉଣୀ ମାନଙ୍କ ଅଧିକାର ଓ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସବୁବେଳ ସେମାନଙ୍କ ସହ ଦୃଢ଼ ଭାବରେ ରହି ଆସିଛି । ବିଜେଡି ସରକାର ସମୟରେ ୧୬୯ ଜନଜାତି ଗୋଷ୍ଠୀକୁ ST ତାଲିକା ରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ସେ ଉଲ୍ଲେଖ କରିବା ସହ ଏ ଦାବୀ ହାସଲ ପାଇଁ ଉଦ୍ୟମ ଜାରି ରହିବ ବୋଲି ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.