ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଭାସୀ ବୈଠକ

118

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ସାରା ରାଜ୍ୟରେ ଚାଲୁ ରହିଥିବା ଘରକୁ ଘର ବୁଲି ସର୍ବେକ୍ଷଣକୁ ସଠିକ୍‌ ଭାବେ ତଦାରଖ କରିବା ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ଏକ ଆଭାସୀ ବୈଠକ କରିଥିଲେ । ସୁଇପ୍‌ (ଏସ୍‌ଭିଇଇପି) କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ କମ୍‌ ମତଦାନ ହେଉଥିବା ସ୍ଥାନମାନଙ୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଥିବା ୪ ଗୋଟି ଯୋଗ୍ୟତାସୂଚକ ତାରିଖ ସୁଦ୍ଧା ଯଥା: ୨୦୨୩ ମସିହା ଅକେଫାବର ୧ ତାରିଖ ଏବଂ ୨୦୨୪ ମସିହାର ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ ଏବଂ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁ ନୂତନ ଭୋଟରମାନଙ୍କ ବୟସ ୧୮ ବର୍ଷ ପୂର୍ଣ୍ଣ ହୋଇଥିବ ସେମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର ତାଲିକାରେ ପଂଜୀକୃତ ହୋଇଥିବା ଯୋଗ୍ୟ
ଭୋଟରମାନଙ୍କୁ ନିର୍ବାଚନ ଫଟୋ ପରିଚୟ ପତ୍ର ବଣ୍ଟନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଉଥିବା ନିର୍ବାଚନ ସଂକ୍ରାନ୍ତୀୟ ନୂତନ ନିର୍ଦ୍ଦେଶାବଳୀ/ନିୟମଗୁଡ଼ିକୁ ଭଲ ଭାବେ ନିରୀକ୍ଷଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି ।
ଆଗାମୀ ସାଧାର ଣ ନିର୍ବା ଚନକୁ ଦୃଷ୍ଟିରେ ର ଖି ଜିଲ୍ଲାସ୍ତର ରେ ‘ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା’ ପ୍ରସ୍ତୁତ କରିବା ସହ ଇଭିଏମ୍‌ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଭାସୀ ବୈଠକ ରେ ଜିଲ୍ଲାପାଳ ମାନଙ୍କ ସହ ସମସ୍ତ ଅତିରିକ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ସତୀଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.