ପୁଣି ତେଜିଲା ହିଂସାକାଣ୍ଡ : ଇଣ୍ଟରନେଟ୍‌ ସେବା ବନ୍ଦ

78

ମଣିପୁର : ଗତ ମେ ମାସରୁ ଆରମ୍ଭ ହୋଇଥିବା ମଣିପୁର ହିଂସାକାଣ୍ଡ ଥମିବାର ନାଁ ନେଉ ନାହିଁ l କ୍ଷଣିକ ବିରତି ହେଲେ ପୁଣି ତେଜୁଛି ଏ ହିଂସାକାଣ୍ଡ l କିଏ ପରିବାର ଜନଙ୍କୁ ହରାଇଛି ତ କିଏ ବାସହରା ହୋଇ ତ୍ରାହି ତ୍ରାହି ଚିତ୍କାର କରୁଛି l ଗତ ପ୍ରାୟ ପଞ୍ଚାମାସ ହୋଇଯିବ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଚେଷ୍ଟା ବିଫଳ ହୋଇଛି l

ମଣିପୁରରେ ଗତ କିଛି ଦିନ ହେବ ସାମାନ୍ୟ ବାତାବରଣ ଶାନ୍ତ ଥିବାବେଳେ ଗତ କାଲିରୁ ପୁଣି ତେଜିଛି ହିଂସାକାଣ୍ଡ l ମଣିପୁରର ଇମ୍ଫାଲରେ ଗତକାଲି ପୁଲିସ ସହ ମୁହାଁମୁହିଁ ହୋଇ ୫୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ଗତ ଜୁଲାଇ ମାସରୁ ମଣିପୁରରେ ନିଖୋଜ ହୋଇଥିବା ୨ ଜଣ ଛାତ୍ରଙ୍କର ମର ଶରୀରର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଗତକାଲି ଠାରୁ ପୁଣି ତେଜିଛି ଲଙ୍କାକାଣ୍ଡ l ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଗତକାଲି ସେଠାକାର ଛାତ୍ରମାନେ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ l ସେମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଆଡ଼କୁ ଆନ୍ଦୋଳନ ଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ବାଟରେ ଅଟକାଇଥିଲା l ତେଣୁ ପୋଲିସ ସହ ମୁଁହାମୁହିଁ ହୋଇ ୫୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି l

ଏସବୁ ଯୋଗୁଁ ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୁଣିଥରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ଏକ ନିର୍ଦ୍ଦେଶାବଳି ଜାରି କରାଯାଇଛି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ମିଛ ଗୁଜବ ଓ ମିଛ ଖବର ପ୍ରସାର ରୋକିବାପାଇଁ ରାଜ୍ୟରେ ପୁଣିଥରେ ମୋବାଇଲଲ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ପୁଲିସ ଲାଠିମାଡ଼ରେ ଆହତ ଛାତ୍ରମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି l ଉକ୍ତ ଘଟଣାର ତଦନ୍ତ ଭାର ଏବେ ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଘଟଣାରେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଣିପୁର ସରକାର କହିଛନ୍ତି ।

ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟସଙ୍କର କହିଛନ୍ତି ଯେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଦ୍ୱାରା ସମସ୍ତ ଚେଷ୍ଟ କରାଯାଉଛି ଯେପରି ମଣିପୁରରେ ସ୍ଥିତି ସୁଧୁରି ପାରିବ ଏବଂ ସବୁ କିଛି ପୂର୍ବପରି ସାଧାରଣ ଅବସ୍ଥାକୁ ଫେରି ଆସିବ l ଦରକାର ପଡିଲେ କିଛି ନୂତନ ଆଇନ ମଧ୍ୟ ଲାଗୁ କରାଯିବ ଯେପରିକି ପରବର୍ତ୍ତୀ ସମୟରେ ଆଉ ଏମିତି କିଛି ନ ହେବ l

Comments are closed, but trackbacks and pingbacks are open.