ନିର୍ବାଚନ ପୂର୍ବରୁ ବଙ୍ଗଳାରେ ପୁଣି ହିଂସା, ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କର ମୃତ୍ୟୁ

81

ନୂଆଦିଲ୍ଲୀ: ମଇ ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ହିଂସା ଖବର ଆସିଛି। ବୁଧବାର ରାତିରେ ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କ ଦ୍ୱାରା ଦଳୀୟ କର୍ମୀମାନେ ଆକ୍ରମଣ କରିଥିବା ବିଜେପି ଦାବି କରିଛି। ଏ ସମ୍ପର୍କରେ ଆଜି ନନ୍ଦିଗ୍ରାମରେ ବିଜେପି ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଆକ୍ରମଣ ଅଭିଯୋଗକୁ ଟିଏମସି ଅସ୍ୱୀକାର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନନ୍ଦିଗ୍ରାମରେ ହୋଇଥିବା ହିଂସାରେ ଆହତ ହୋଇଥିବା ଜଣେ କର୍ମୀଙ୍କର ମୃତ୍ୟୁ ହୋଇଥିବାବେଳେ ଅବଶିଷ୍ଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ହିଂସା ଘଟଣାରେ ସମ୍ପୃକ୍ତ ଥିବା ଟିଏମସି ଅସ୍ୱୀକାର କରିଛି। ଦଳ କହିଛି ଯେ, ବିଜେପି କର୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏହି କାରଣରୁ ସେମାନେ ନିଜେ ପରସ୍ପର ସହ ସଂଘର୍ଷ କରିଥିଲେ। ପଶ୍ଚିମବଙ୍ଗରେ ହିଂସା ହେତୁ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ଚାଲିଛି।

Comments are closed, but trackbacks and pingbacks are open.