ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ। ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ଦାୟିତ୍ୱ ବଣ୍ଟନ।
ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ । ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ। ବୈଜୟନ୍ତଙ୍କ ଉତ୍ତରପ୍ରଦେଶର ଗୁରୁ ଦାୟିତ୍ୱ।
2019 ରେ ୟୁପି ପ୍ରଭାରୀ ଥିଲେ ଏବେର ସଭାପତି ଜେପି ନଡ୍ଡା। କେରଳ ଦାୟିତ୍ୱ ପ୍ରକାଶ ଜାଭଡେକରଙ୍କୁ ଦିଆଗଲା । ସେହିପରି ପଞ୍ଜାବର ଦାୟିତ୍ୱ ବିଜୟ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦିଆଯାଇଛି। ବିହାର ର ଦାୟିତ୍ୱ ବିନୋଦ ତାଓ୍ୱଡେ ଏବଂ ଦୀପକ ପ୍ରକାଶଙ୍କୁ ଦିଆଯାଇଛି। ପଶ୍ଚିମବଙ୍ଗର ଦାୟିତ୍ୱ ମଙ୍ଗଲ ପାଣ୍ଡେ, ଅମିତ ମାଲବ୍ୟ, ଆଶା ଲକଡାଙ୍କୁ ଦିଆଯାଇଛି।
Comments are closed, but trackbacks and pingbacks are open.