ପଞ୍ଚାୟତିରାଜ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ,ଏକା ସହିତ ୪ଟି ସ୍ଥାନରେ ରେଡ

33

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ବାବୁ I ପଞ୍ଚାୟତରାଜ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ହୋଇଛି । ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଶ୍ରୀ ପ୍ରଭାତ କୁମାର ରାଉତ ଡମପଡ଼ା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଚୌଦ୍ୱାର, ତ୍ରିଶୂଳକୁ, ଡମପଡ଼ା ଓ କେନ୍ଦ୍ରାପଡ଼ାରେ ଚଢ଼ାଉ କରୁଛି ଭିଜିଲାନ୍ସ । ଚଢ଼ାଉରେ ତିନି ଡିଏସପି, ଜଣେ ଫାଇନାନ୍ସ ଅଫିସର, ୮ ଇନ୍ସପେକ୍ଟର, ୬ ସବ୍-ଇନ୍ସପେକ୍ଟର ଓ ୧୬ ଜଣ କନଷ୍ଟେବଳ ସାମିଲ୍ ଅଛନ୍ତି । ଚଢ଼ାଉ ସମୟରେ ପ୍ରଭାତ ରାଉତ ଓ ତାଙ୍କ ପତ୍ନୀଙ୍କ ନାଁରେ ୨୦ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି। ସେଭିଙ୍ଗ ଆକାଉଣ୍ଟରେ ୩୫ ଲକ୍ଷ ୪୮ ହଜାର ୮୩୨ ଟଙ୍କା ରହିଛି। ଏହାବାଦ ୮ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ବୀମା କାଗଜପତ୍ର ମିଳିଛି। ଚଢ଼ାଉ ଶେଷ ହୋଇ ନ ଥିବାରୁ ସମସ୍ତ ସମ୍ପତ୍ତିର ଠିକ୍‌ ଭାବେ ଆକଳନ ହୋଇପାରି ନାହିଁ ।

Comments are closed, but trackbacks and pingbacks are open.