ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ୧୧୫ ଟି ପ୍ଲଟ

141

ଭୁବନେଶ୍ବର:  ଏକ କୁବେରପତିଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ। ସେ ହେଉଛନ୍ତି ଡିଏଫଓ, ହେଲେ ତାଙ୍କ ଏବଂ ସଂପର୍କୀୟଙ୍କ ନାମରେ ରହିଛି ୧୧୫ ଟି ପ୍ଲଟ। ସେହିପରି ଏହି ଚଢାଉବେଳେ ଏତେଗୁଡିଏ ପ୍ଲଟର କାଗଜ ପତ୍ର ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ସେହି କୁବେରପତି ଡିଏଫଓଙ୍କ ନାମ ହେଲା ନିତ୍ୟାନନ୍ଦ ନାୟକ। ସେ କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଭିଜିଲାନ୍ସ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଭିଜିଲାନ୍ସ ନିତ୍ୟାନନ୍ଦଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍‌ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ରହିଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ତେବେ ତଦନ୍ତ ଜାରୀ ରହିଥିବାରୁ ସମସ୍ତ ତଥ୍ୟ ମିଳିପାରି ନାହିଁ।

Comments are closed, but trackbacks and pingbacks are open.