ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0 184

ବହିଷ୍କୃତ କନେଷ୍ଟବଲ୍‌ ପ୍ରସନ୍ନ ବେହେରା ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି I ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ I ଏହି ଚଢ଼ଉ ବେଳେ ପ୍ରସନ୍ନଙ୍କ ବେହେରା ର ଅମାପ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଥିଲା ଭିଜିଲାନ୍ସ I ତାର ସାଉଥ ସିଟି ବାର ଏବଂ କୋଟି କୋଟି ଟଙ୍କାର ଫର୍ଣ୍ଣିଚର ଶୋ’ ରୁମ ଥିବାର ଭିଜିଲାନ୍ସ ଜାଣିବାକୁ ପାଇଛି I

ଡୁମଡୁମାରେ ଠାରେ ସରକାରୀ ଜମିରେ ରହିଛି ପ୍ରସନ୍ନଙ୍କ ସ୍ପାର୍କ ଫର୍ଣ୍ଣିଚର ଶୋ’ ରୁମ। ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍,ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଏହି ଶୋ’ ରୁମ୍‌ରେ ରହିଛି ଲକ୍ଷାଧିକ ଟଙ୍କାର ଆଲିସାନ୍‌ ବହୁମୂଲ୍ୟ ସାମଗ୍ରୀ। ୨୦୧୯ ମସିହାରେ ୦.୨୫୦ ଏକର ଜମିକୁ ୧ କୋଟି ୪୭ ଲକ୍ଷ ୬୦ ହଜାର କୋଟିରେ କିଣିଥିଲା ପ୍ରସନ୍ନ। ହେଲେ ସେହି ଜମି ବଜାର ଦାମରୁ ଢେର ଅଧିକ ବୋଲି ଆକଳନ କରୁଛି ଭିଜିଲାନ୍ସ। ତା’ସହ ଶୋ’ ରୁମ୍‌ ନିର୍ମାଣ ହୋଇଥିବା ୧୮୦୦ ବର୍ଗ ଫୁଟ୍‌ ଅଞ୍ଚଳରେ ଛିଡ଼ା ହୋଇଛି ୨ କୋଟିର ବିଲ୍‌ଡିଂ। ଏହା ବାଦ ତାର ଭୁବନେଶ୍ୱର କଳ୍ପନାରେ ଥିବା ଘର ଓ ନିର୍ମାଣାଧୀନ ଘର ଚଢାଉ ହେଉଛି । ଖୋର୍ଦ୍ଧାରେ ଥିବା ଦୁଇ ମହଲା ପୈତୃକ ଘର, ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାରରେ ମଧ୍ୟ ଚଢାଉ କରାଯାଉଛି । ଭିଜିଲାନ୍ସର ବୈଷୟିକ ଟିମ୍‌ ପୂରା ସମ୍ପତ୍ତିର ଆକଳନ କରୁଛି।

ପୂର୍ବରୁ ମଧ୍ୟ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ହୋଇଥିବା ସହ ଗିରଫ ହୋଇଛି । ସେ ସମସ୍ତ ପ୍ରକାର ବେଆଇନ୍ କାରବାର ସହିତ ସରକାରୀ ଜମି ହଡପ,ଆଇନଜୀବୀ ଙ୍କୁ ଗାଳିଗୁଲଜ,କୋଭିଡ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରି ମଦ୍ୟପାନ ଭଳି କାର୍ଯ୍ୟରେ ସମ୍ପୃକ୍ତ ରହିଛି I ନିଜର ୨୦ବର୍ଷର ଚାକିରିକାଳ ଭିତରେ ତା ନାଁ ରେ ୧୦ରୁ ଅଧିକ ଅପରାଧିକ ମାମଲାରହିଛି I ତେବେ ମନୀଷ ହତ୍ୟାକାଣ୍ଡ ପରେ ତା ନାଁ ପଦାକୁ ଆସିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାକୁ ଚାକିରିରୁ ବହିଷ୍କାର କରାଯାଇଛି I

Leave A Reply

Your email address will not be published.