ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

326

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜଣେ ଏମଭିଆଇଙ୍କ ଘରେ ଚଢାଉ କରିଛି। ଆଉ ଖୋଳିଛି ତାଙ୍କର ଅମାପ ସଂପତ୍ତିର ତାଲିକା। ସେ ହେଉଛନ୍ତି ବୌଦ୍ଧର ଏମଭିଆଇ ଶ୍ରୀ ଗୋଲାପ ଚନ୍ଦ୍ର ହଂସଦା। ଆୟତ୍ତଠାରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରର 6ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି। ଏଥିରେ ୪ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସର୍ଚ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ, ୧.୦୮ କୋଟି ଟଙ୍କା ଜମା, ଝିଅର ଡାକ୍ତରୀ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ୪୦ ଲକ୍ଷ ଟଙ୍କା ଇତ୍ୟାଦି ଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ।

Comments are closed, but trackbacks and pingbacks are open.