ଭୁବନେଶ୍ବର: ଆଜି ଭିଜିଲାନ୍ସ ସକାଳୁ ସକାଳୁ ଚଢାଉ ଆରମ୍ଭ କରିଛି। ଏକକାଳିନ ୯ଟି ସ୍ଥାନରେ ଏହି ଚଢାଉ ଚାଲିଛି। ଭୁବନେଶ୍ୱର ସହିତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ କଟକରେ ଏହି ଚଢାଉ କରାଯାଉଛି। ଏହି ସମୟରେ ତାଙ୍କ ଭୁବନେଶ୍ବର ବାସ ଭବନରୁ ନଗଦ 15 ଲକ୍ଷ ଟଙ୍କା, ତିନିଟି ସୁନା ବିସ୍କୁଟ ଏବଂ ସୁନା ଗହଣ ଜବତ କରାଯାଇଛି। ଯେଉଁ ଅଧିକାରୀଙ୍କ ଘରେ ଏହି ଚଢାଉ ଚାଲିଛି ସେ ହେଉଛନ୍ତି ରାଜ୍ୟ ପରିବହନ ଅଧିକରଣ (STA) ଉପ କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତି। ଏହି ତଦନ୍ତରେ ୨ ଜଣ ଅତିରିକ୍ତ ଏସ୍ଏସ୍ପି, ୧୩ ଜଣ ଡିଏସ୍ଏସ୍ପି, ୧୨ ଜଣ ଇନ୍ସ୍ପେକ୍ଟର, ୨୫ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି।
ଯେଉଁ ସ୍ଥାନରେ ତଦନ୍ତ ଚାଲିଛି ସେଗୁଡିକ ହେଲା..ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ତାଙ୍କ ନିଜସ୍ୱ ଘର, ରଘୁନାଥପୁର, ଭୁବନେଶ୍ୱରରେ ଥିବା ଚାରି ବିଏଚକେ ଫ୍ଲାଟ୍। କୁସୁପଲ୍ଲା, ରଣପୁର, ନୟାଗଡ଼ରେ ଥିବା ତାଙ୍କ ଫାର୍ମ ହାଉସ। ଗୋବିନ୍ଦପ୍ରସାଦ, ଭୁବନେଶ୍ୱରରେ ନିର୍ମାଣ ଚାଲିଥିବା ପଞ୍ଚମହଲା ବିଲ୍ଡିଂ, ତାଙ୍କ ଜନ୍ମସ୍ଥଳ ଟାଙ୍ଗୀ, ଖୋର୍ଦ୍ଧାରେ ଥିବା ଘର। ପୁରୀ ସହର, ଭକ୍ତି ରତ୍ନ ଲେନ୍ରେ ଥିବା ତାଙ୍କ ଆତ୍ମୀୟଙ୍କ ଘର। ମାଳିପଡ଼ା, ଭୁବନେଶ୍ୱରରେ ତାଙ୍କ ଆତ୍ମୀୟଙ୍କ ନାମରେ ଥିବା ପେଟ୍ରୋଲ ପମ୍ପ। ବାଳିଖଣ୍ଡ, ପୁରୀରେ ତାଙ୍କ ଆତ୍ମୀୟଙ୍କ ନାମରେ ଚାଲିଥିବା ନିର୍ମାଣାଧୀନ ବିଲ୍ଡିଂ। ତାଙ୍କ କଟକ କାର୍ଯ୍ୟାଳୟ
Comments are closed, but trackbacks and pingbacks are open.