ଭିଜିଲାନ୍ସ ତାଜୁବ !! ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ ଏକ କାଳୀନ ଜବତ କଲା ନଗଦ ୧କୋଟି ୩୬ଲକ୍ଷ

22

ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ୪ର୍ଥ ଦିନ ର ଚଢଉ ଜାରି ରହିଥିଲା I ଏହି ଚଢ଼ାଉ ରେ ଆଶିଷଙ୍କ ଜବତ ସମ୍ପତି ଦେଖି ଭିଜିଲାନ୍ସ ଆଖି ଟେରା । ଯେତେ ଖୋଳା ହେଉଛି ସେତେ ବାହାରୁଛି Iଘରୁ ନଗଦ ଏକ କୋଟି ୩୬ଲକ୍ଷ ନଗଦ ଟଙ୍କା ସହ ଏକ କିଲୋ ୨ଶହ ଗ୍ରାମ ସୁନା ଓ ୪କୋଟିର ଡିପୋଜିଟ ଠାବ ହୋଇଛି।
ଆଶିଷ ଦାସଙ୍କ ଘର ଓ ଅଫିସ ସହ କଟକ ଜିଲ୍ଲା ତ୍ରିଶୁଳିଆର ବେଲଗାଛିଆ ଠାରେ ଚଢଉ ଜାରି ରହିଛି। ବିଭିନ୍ନ ଇନ୍‌ସୁରାନ୍‌ସ ଓ ଫିକ୍ସ ଡିପୋଜିଟ ୪ କୋଟି ଟଙ୍କାର ଥିବା ଜଣାପଡିଛି। ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାଁରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି। ଏଲଆଇସି ଓ ମାକ୍ସ ଲାଇଫ ଇନ୍ସୁରାନ୍ସରେ ୪୪ ଲକ୍ଷ ଜମା ଦେଇଥିବା ଜଣାପଡିଛି। ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କାର ନିବେଶ ଥିବାବେଳେ କେନ୍ଦୁଝର ଏସବିଆଇ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି।

ଏହା ସହ ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ପୂର୍ବରୁ ୨୧ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଟଙ୍କା ସହ ୬୦୨ ଗ୍ରାମର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ। ଏହାସହ କଟକରେ ଏକ ଫ୍ଲାଟ ଓ କେଉଁଝରରେ ଏକ ପ୍ଲଟ ଥିବା ଜାଣି ପାରିଛି ଭିଜିଲାନ୍ସ। ତେବେ ଜବତ ହୋଇଥିବା ମୋଟ ସମ୍ପତି ର ଆକଳନ ସମ୍ପୂର୍ଣ୍ଣ ଜଣ ପଡି ନ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ I

Comments are closed, but trackbacks and pingbacks are open.