ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରୀ

485

ରାୟଗଡା: ଆକ୍ସନ ମୋଡରେ ଭିଜିଲାନ୍ସ  । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ସହକାରୀ ଯନ୍ତ୍ରୀ  । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି  । ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି  ।

ଜୟପୁର ଭିଜିଲାନ୍ସ ଏସପିଙ୍କ ନିର୍ଦେଶକ୍ରମେ ଏହି ଚଢଉ କରାଯାଇଥିବାବେଳେ ରାୟଗଡା ଭିଜିଲାନ୍ସ ବିଭାଗର ନିରୀକ୍ଷକ ତରୁଲତା ବେହେରା, ଏଏସଆଇ କେ.ରଘୁନାଥ ଦୋରା, କନେଷ୍ଟବଲ ଭିଏସଏସ ଶର୍ମା, ଆନନ୍ଦ ବେହେରା ପ୍ରମୁଖ ଏଥିରେ ସାମିଲ ଥିଲେ ।  ରମାକାନ୍ତଙ୍କ ଭଡା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢଉ କରିଛି  ।

ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସର ମରାମତି ବାବଦକୁ ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଲାଞ୍ଚ ନେଉଥିଲେ ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି  ।

Comments are closed, but trackbacks and pingbacks are open.