ପୁଲିସ ଏସଆଇଙ୍କ ଘରେ ଭିଜିଲାନ୍ସ

18

ଭୁବନେଶ୍ବର: ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ନାମରେ ଆସିଛି  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ବିଭିନ୍ନ ମାମଲାର ରଫାଦଫା କରାଇଦେବା ଆଳରେ ସେ ଲୋକଙ୍କଠାରୁ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅଭିମନ୍ୟୁ ଭୁବନେଶ୍ୱରରେ ଥିବା ଘର ଓ ନୟାଗଡ଼ର ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି।  ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ଚଢ଼ଉ କରାଯାଇଛି। ସେହିପରି ନୟାଗଡ଼ର ରଣପୁର ନଛିପୁର ଗାଁ ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଛି। ୩ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ୬ଜଣ ଏଏସ୍‌ଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଅଭିମନ୍ୟୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।  ଭିଜିଲାନ୍ସ ବିଭାଗ ତଦନ୍ତ କରି ଆଜି ସକାଳେ ଏସ୍‌ଆଇଙ୍କ ଘରେ ଚଢ଼ାଉ କରିଥିଲା। ପ୍ରକାଶ ଥାଉ କି ଗତକାଲି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ। ତାଙ୍କ ନିକଟରୁ ନଗଦ ୪୫ହଜାର ଟଙ୍କାର ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.