ଭିଜିଲାନ୍‌ସ ଇନ୍‌ସ୍ପେକ୍ଟରଙ୍କୁ ଧରିଲା ଭିଜିଲାନ୍‌ସ

48

ଭିଜିଲାନ୍‌ସ ଇନ୍‌ସ୍ପେକ୍ଟରଙ୍କୁ ଧରିଲା ଭିଜିଲାନ୍‌ସ। ଏହି ଘଟଣା ଘଟିଛି ସମ୍ବଲପୁର ଭିଜିଲାନ୍‌ସ ଡିଭିଜନରେ। ଭିଜିଲାନ୍‌ସ ଇନ୍‌ସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍‌ସ ବିଭାଗର ଇଣ୍ଟରନାଲ୍‌ ଭିଜିଲାନ୍‌ସ ୟୁନିଟ୍‌।
ବରଗଡ଼ର ଜଣେ ବ୍ୟକ୍ତି ମୁକେଶ ସାହୁଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ମାନସୀ ଧରାପଡିଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ ଏକ ଭିଜିଲାନ୍‌ସ ମାମଲା ରଫଦଫା କରିବା ନେଇ ମାନସୀ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।ବାଡ ଯଦି ଫସଲ ଖାଏ କହିବା କାହାକୁ। କୌଣସି ଅଫିସରେ ଲାଞ୍ଚ ମଗାଗଲେ ଲୋକଟିଏ ନ୍ୟାୟ ପାଇବା ପାଇଁ ଭିଜିଲାନ୍ସ ନିକଟକୁ ଧାଇଁ ଯାଏ। ଭିଜିଲାନ୍ସ ମଧ୍ୟ ଅନେକ କେସରେ ଲାଞ୍ଚ ନେଉଥିବା ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଯଦି ଖୋଦ୍ ଭିଜିଲାନ୍ସ ଅଧିକାରୀ ଲାଞ୍ଚ ନେବେ ତେବେ କହିବା କାହାକୁ। ଏମିତି ଏକ ଅଭାବନୀୟ ଏବଂ ବିଡମ୍ବନାର ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭିଜିଲାନ୍ସ ଅଧିକାରୀ।

ସୂଚନା ଅନୁଯାୟୀ, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭିଜିଲାନ୍ସ ଅଧିକାରୀ। ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। ଜଣେ କର୍ମଚାରୀଙ୍କ କେସ୍ ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିଲେ। ବରଗଡର ମୁକେଶ ସାହୁଙ୍କ ମଧ୍ୟସ୍ଥିରେ ଲାଞ୍ଚ ନେଉଥିଲେ। ମାନସୀ ଏବଂ ମୁକେଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସର ଚଢାଉ ଜାରି ରହିଛି।

Comments are closed, but trackbacks and pingbacks are open.