ସୋଆରେ ଭିଏତନାମର ସାଂସ୍କୃତିକ ଦଳ, ପରିବେଷଣ କରିବେ ନିଜ ଦେଶର କଳା ସଂସ୍କୃତି

209

ଭୁବନେଶ୍ୱର, ୨୩/୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପହଂଚିଛନ୍ତି ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ଏକ ସାଂସ୍କୃତିକ ଦଳ । ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜ ଦେଶର ପ୍ରାଚୀନ କଳା ଓ ସଂସ୍କୃତି ସୋଆରେ ପରିବେଷଣ କରିବେ ଏହି ଦଳ ।
ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ସଂସ୍କୃତି, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ଭାଇସ୍‌-ଡାଇରେକ୍ଟର ଶ୍ରୀ ଭାନ୍ କୋଙ୍ଗ୍ ହୋଆଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବୁଧବାର ସନ୍ଧ୍ୟାରେ ସୋଆ ଅଡିଟରିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଏହି ଦଳର ସଦସ୍ୟମାନେ ଚାମ୍ ନୃତ୍ୟ (ଏହାକୁ ଅପ୍‌ସରା ନୃତ୍ୟ ମଧ୍ୟ କୁହାଯାଏ) ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ନୃତ୍ୟର ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି । ସେହିପରି ସେମାନଙ୍କର ଅନ୍ୟ ନୃତ୍ୟଗୁଡ଼ିକ ମଧ୍ୟ ଓଡ଼ିଆ ପାଇକ ନୃତ୍ୟ ଭଳି ଜଣାପଡ଼େ ।
ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀ ହୋଆ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ସେହିପରି ତାଙ୍କ ଦଳର ସଦସ୍ୟମାନେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ।
ଅପରାହ୍ଣରେ ସେମାନେ ସୋଆର କ୍ୟାମ୍ପସ୍‌ଗୁଡ଼ିକୁ ପରିଦର୍ଶନ କରିବା ସହ ଆଇଟିଇଆର୍‌ର ସ୍ପୋର୍ଟ୍ସ ସେଂଟର ବୁଲି ଦେଖିଥିଲେ ।

Comments are closed, but trackbacks and pingbacks are open.