ନୂଆପଡାରେ ବିଡିଓଙ୍କୁ ଆକ୍ରମଣ

113

ଭୁବନେଶ୍ବର: ନୂଆପଡାରେ ବିଡିଓଙ୍କୁ ଆକ୍ରମଣ । ଆଜି ସକାଳୁ ନୂଆପଡ଼ା ସଦର ବିଡିଓ ରୋହିତ ଭୋଇ ନିଜ ବାସ ଭବନରୁ ଗାଁରେ ପ୍ରଶାସନରେ ଯୋଗ ଦେବାପାଇଁ ବାହାରୁ ଥିଲାବେଳେ କିଛି ଲୋକ ତାଙ୍କୁ ଘେରି ଯାଇ ମାଡ ମାରିଥିଲେ। ସୂଚନା ମୁତାବକ ଅଧିକାର ବ୍ଲକ୍ ଭାଇଁସତାଲ ପଞ୍ଚାୟତରେ ନୂତନ ପଞ୍ଚାୟତ କୋଠା ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଥିଲା। ତେବେ ଗତ ଦୁଇ ଦିନ ତଳେ କୋଠା ନିର୍ମାଣକୁ ବନ୍ଦ କରିବାକୁ ନେଇ ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣିଥିଲେ।ତଥାପି କାହିଁକି କାମ ଜାରି ରହିଛି ବୋଲି ଆଜି ଭାଇଁସାତାଲର କିଛି ଲୋକ ବିଡିଓଙ୍କ ନିକଟକୁ ଆସି ଆଲୋଚନା କରିଥିଲେ କିନ୍ତୁ ହଠାତ୍ ବିଡିଓଙ୍କୁ କିଛି ଲୋକ ମାଡ ମାରିଥିଲେ । ଖବର ପାଇ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ମଧ୍ୟ ସଦର ବ୍ଲକ୍ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Comments are closed, but trackbacks and pingbacks are open.