ବ୍ୟୋମକେଶ ଙ୍କୁ ଅଡୁଆ ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀଙ୍କ ଭିଡିଓ

63

ଭୁବନେଶ୍ୱର: ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଭଦ୍ରକ ଚାନ୍ଦବାଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ‘ମୁଁ ମରିଗଲେ ବିଜେଡି ନେତା ତଥା ବର୍ତ୍ତମାନର ବିଧାୟକ ବାପି (ବ୍ୟୋମକେଶ) ରାୟ ଓ ମୋ ସ୍ୱାମୀ ରଞ୍ଜନ ସାହୁ ଦାୟୀ ରହିବେ। ରଞ୍ଜନ ସାହୁ ହେଉଛନ୍ତି ମାନସୀଙ୍କ ସ୍ୱାମୀ ତଥା ଜୋନ୍-୨ର ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ।

ତେବେ ମାନସୀ କାହିଁକି ଏଭଳି ଭିଡିଓ କଲେ ସେ ନେଇ ବର୍ତ୍ତମାନର ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଭିଡିଓକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ରଞ୍ଜନ ସାହୁଙ୍କ ଏକ ଫଟୋ ବିୟୋମକେଶ ରାୟଙ୍କ ଫେସବୁକ ପେଜରେ ଅପଲୋଡ କରାଯାଇଛି। କୁହାଯାଉଛି ଯେ ଏହି ଫଟୋ ଫେସବୁକରେ ଅପଲୋଡ ହେବା ପରେ ମାନସୀ ଏହି ଭିଡିଓ ତିଆରି କରିଥିଲେ।

ଭିଡିଓଟି ବୋଧହୁଏ ହସ୍ପିଟାଲ ବେଡରୁ ରେକର୍ଡ କରାଯାଇଛି। କୁହାଯାଉଛି ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏପରି ଏକ ଭିଡିଓ ତିଆରି କରିଛନ୍ତି।

ବିଜେପି ନେତା ଚନ୍ଦନ ରାଉତ ଅଭିଯୋଗ କରିଛନ୍ତି ଯେ ରାଜନ ସାହୁ ବିଜେପିରେ ମିଶିବାକୁ ଆଗ୍ରହୀ ଥିଲେ ଏବଂ ସେଥିପାଇଁ ତାଙ୍କୁ ଅପହରଣ କରି କେଉଁଠି ଲୁଚାଇ ରଖାଯାଇଥାଇପାରେ। ମହିଳା ଜଣକ ହୁଏତ ନିଜ ଜୀବନ ପ୍ରତି ବିପଦ ଅନୁଭବ କରୁଥିବେ। ସେ ବିପଦରେ ପଡ଼ିପାରନ୍ତି। ଗତକାଲି ରାତିରେ ବିୟୋମକେଶ ରାୟ ପ୍ରଣବଙ୍କ ସହ ରଂଜନଙ୍କ ଫଟୋ ନିଜ ଫେସ୍ ବୁକ୍ ପେଜରେ ଅପଲୋଡ୍ କରିବା ପରେ ଏହି ଭିଡିଓ ସାମ୍ନାକୁ ଆସିଛି ବୋଲି ଚନ୍ଦନ ଦାବି କରିଛନ୍ତି।

Comments are closed, but trackbacks and pingbacks are open.