ଭିକି-କ୍ୟାଟ୍ରିନାଙ୍କ ଯୋଡ଼ି

31

ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଭିକି କୌଶଳ ଓ କ୍ୟାଟ୍ରିନା କୈଫ୍ ଗତବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ଦୁହିଁଙ୍କୁ ଏକାଠି ପରଦାରେ ଦେଖିବାକୁ ଚାହୁଁଥିଲେ ସେମାନଙ୍କ ପ୍ରଶଂସକ । ସେମାନେ ଏକାଠି ପରଦାରେ କେବେ ଆସିବେ, ଏନେଇ ଲୋକେ ଦୁହିଁଙ୍କୁ ସେବେଠୁ ଅପେକ୍ଷା କରି ରହିଥିଲେ । ଅବଶ୍ୟ ଏବେ ଏ ପ୍ରତୀକ୍ଷାର ଅନ୍ତ ଘଟିଛି । ତେବେ ସେ କୌଣସି ଫିଲ୍ମରେ ନୁହେଁ, ବରଂ ବିଜ୍ଞାପନରେ ଏକାଠି ନଜର ଆସିବା ଚର୍ଚ୍ଚା ହେଉଛି । ଉକ୍ତ ବିଜ୍ଞାପନ ମାଧ୍ୟମରେ ବିବାହ ପରେ ଦୁହେଁ ପ୍ରଥମଥର ପାଇଁ ଏକାଠି କାମ କରିଛନ୍ତି । କେବଳ ସେତିକି ନୁହେଁ, ପ୍ରଥମ ବିଜ୍ଞାପନର ସୁଟିଂ ବି ଏକାଠି କରିଛନ୍ତି । ବାନ୍ଦ୍ରା ସ୍ଥିତ ମେହବୁବା ଷ୍ଟୁଡିଓରେ ଏହାର ସୁଟିଂ କାର୍ଯ୍ୟ ପୂରା ହୋଇଛି । ତେବେ ଏହା ପୂର୍ବରୁ ଦୁହିଁଙ୍କୁ ଏକାଧିକ ଫିଲ୍ମ ଅଫର୍ ହୋଇଥିଲେହେଁ, ସେମାନେ କାମ କରିବାକୁ ମନା କରିଥିଲେ ।

Comments are closed, but trackbacks and pingbacks are open.