ସର୍ବଦା ଊର୍ଦ୍ଧ୍ୱରେ ରହିବ ଜାତୀୟ ସ୍ୱାର୍ଥ: ଉପରାଷ୍ଟ୍ରପତି

89

ପହଲଗାମ୍‍ ଆତଙ୍କବାଦୀ ଆକ୍ରମଣରୁ ସୃଷ୍ଟି ହୋଇଥିବା ଆହ୍ୱାନ ପାଇଁ ଦେଶକୁ ଐକବଦ୍ଧ ହେବାକୁ ପଡ଼ିବା ସହିତ ଜାତୀୟ ସ୍ୱାର୍ଥକୁ ଊର୍ଦ୍ଧ୍ୱରେ ରଖିବାକୁ ଉପରାଷ୍ଟ୍ରପତି ଜଗଦୀପ୍‍ ଧନଖଡ଼ କହିଛନ୍ତି । ଲକ୍ଷ୍ନୌଠାରେ ‘ଚୁନୌତିୟାଁ ମୁଝେ ପସନ୍ଦ ହୈ’ ପୁସ୍ତକର ଉନ୍ମୋଚନ ଅବସରରେ ଭାରତରେ ବୃଦ୍ଧି ପାଉଥିବା ବୈଶ୍ୱିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ । ଉନ୍ମୋଚିତ ପୁସ୍ତକରେ ରାଜ୍ୟପାଳ ଆନନ୍ଦୀବେନ୍‍ ପଟେଲ୍‍ଙ୍କ ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁସ୍ତକଟିକୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପ୍ରଦାନକାରୀ ହେବ ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.