ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ବୁଲି ଦେଖିଲେ ନେତାଜୀ ସଂଗ୍ରହାଳୟ

67

ଭୁବନେଶ୍ବର:ଭବ୍ୟ ସ୍ୱାଗତ ସମାରୋହ ମଧ୍ୟରେ ନେତାଜୀଙ୍କ ବାସ ଭବନରେ ପହଞ୍ଚିଥିଲେ ଉପ ରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ । ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଭବନରେ ପହଞ୍ଚି ସଂଗ୍ରହାଳୟ ବୁଲି ଦେଖିଛନ୍ତି । ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ।  ବିମାନ ବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପଟି, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରମୁଖ। ସେଠାରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା କଡାକଡି କରାଯାଇଛି। ମୋଟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Comments are closed, but trackbacks and pingbacks are open.