ବହୁ ଉପଯୋଗୀ ପିଆଜ ଚୋପା ,ରହିଛି ବହୁ ରୋଗ ର ପ୍ରତିକାର

17

ଭାରତୀୟ ମାନେ ଉଭୟ ଶାକାହାରୀ ଏବଂ ମାଂସାହାରୀ ଖାଦ୍ୟ ଖାଇଥାନ୍ତି ଏବଂ ଖୁଆଇ ଥାନ୍ତି ମଧ୍ୟ I ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ରୋଷେଇ ଘରେ ପିଆଜ ବ୍ୟବହାର କରାଯାଏ I ଆମେ ସାଧାରଣତଃ ପିଆଜ ବ୍ୟବହାରକରିବା ସମୟରେ ଏହାର ଉପରେ ଥିବା ଚୋପାକୁ ବାହାର କରି ଫୋପାଡି ଦଉ I କିନ୍ତୁ ଆମେ ଜାଣୁ ନାହୁଁ ଯେ ପିଆଜ ପରି ଏହାର ଚୋପା ମଧ୍ୟ ବହୁତ ଉପଯୋଗୀ I ପିଆଜ ଚୋପା କେମିତି ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା :

ବେଳେବେଳେ ଦିନସାରା କାମ କରିବା ପରେ ମଧ୍ୟ ରାତିରେ ଭଲ ନିଦ ହୋଇ ନ ଥାଏ , ସେଥିପାଇଁ ମାନସିକ ଚାପ ଏବଂ ଥକାପଣ ଅନୁଭବ ହୁଏ I ଏହି ସମସ୍ୟାରୁ ମୁକ୍ତି ପାଇଁ, ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଆଜ ଚୋପା ରୁ ପ୍ରସ୍ତୁତ ଚା ପିଇବା ଉଚିତ୍ I ଶୋଇବା ପୂର୍ବରୁ ପିଆଜ ଚୋପା କୁ ଗରମ ପାଣିରେ ଫୁଟାଇ ଚା ଭଳି ପିଇଲେ ଭଲ ନିଦ ଆସିଥାଏ I ଏହାଦ୍ୱାରା ମସ୍ତିଷ୍କର ମାଂସପେଶୀ ଆରାମ ପାଇଥାଏ I ଏହି ଉପାୟରେ ଆପଣ ଶରୀର, ମନ ଏବଂ ମାଂସପେଶୀରେ ଆରାମ ପାଇପାରିବେ ଏବଂ ଗଭୀର ନିଦ ନେଇପାରିବେ I

ପିଆଜ ଔଷଧୀୟ ଗୁଣରେ ଭରପୂର, ତ୍ୱଚାରେ କୁଣ୍ଡିଆ ଜନିତ ରୋଗ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ I ପିଆଜ ଚୋପା ମଧ୍ୟରେ ଆଣ୍ଟି-ଫଙ୍ଗଲ୍ ଗୁଣ ମିଳିଥାଏ, ଯାହା ଏଂଥ୍ଲିଟ ଫୁଟ ନାମକ କୁଞ୍ଚିତ ଚର୍ମ ରୋଗ ଭଳି ସମସ୍ୟା ରୁ ମୁକ୍ତି ପାଇବାରେ ଲାଭଦାୟକ ହୋଇଥାଏ I ଏଥିପାଇଁ ପିଆଜ ଚୋପାକୁ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ ଏବଂ ଯେତେବେଳେ ପାଣି ଅଧା ରହିଲେ , ଏହାକୁ ଥଣ୍ଡା କରି ଏକ ବୋତଲରେ ରଖନ୍ତୁ I ଏହି ପାଣିକୁ ପ୍ରତିଦିନ ଚର୍ମରେ ଲଗାନ୍ତୁ, ଯାହା ସଂକ୍ରମିତ ସ୍ଥାନରେ କୁଞ୍ଚିତ ଚର୍ମ ରୋଗ ଭଳି ସମସ୍ୟାରୁ ମୁକ୍ତି ଦେବ I

ଯଦି ଆପଣ ଗୋଡ (ଗୋଇଠି )ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତଣା ଜନିତ କଷ୍ଟରେ ପଡ଼ନ୍ତି, ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପିଆଜ ଚୋପା ଠାରୁ ପ୍ରସ୍ତୁତ ଚା ’ପିଅନ୍ତୁ Iଏଥିପାଇଁ ଆପଣ ପିଆଜ ଚୋପାକୁ ୧ ଗ୍ଲାସ ପାଣିରେ ୧୫ ମିନିଟ୍ ପାଇଁ ଫୁଟାନ୍ତୁ, ଏହା ପରେ ଛାଣି ଦିଅନ୍ତୁ ଏବଂ ଅଳ୍ପ ଟିକିଏ ମହୁ ମିଶାଇ ପିଅନ୍ତୁ I ରାତିରେ ଶୋଇବା ପୂର୍ବରୁ ଯଦି ପ୍ରତିଦିନ ରାତିରେ ଏହି ପିଆଜ ଚୋପା ରୁ ପ୍ରସ୍ତୁତ ଚା ’ପିଅନ୍ତି ତେବେ ଗୋଡରେ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ I

ଯଦି ଆପଣ କେଶକୁ ସୁନ୍ଦର ଏବଂ ଆକର୍ଷଣୀୟ ରଙ୍ଗ କରିବାକୁ ଚାହୁଁଛନ୍ତି , ତେବେ ପିଆଜ ଚୋପାକୁ ପାଣିରେ ପକାଇ ଏହାକୁ ପ୍ରାୟ ୧ ଘଣ୍ଟା ଫୁଟାନ୍ତୁ, ଏହା ପରେ ଥଣ୍ଡା ହେବା ପାଇଁ ରାତିସାରା ଛାଡିଦିଅନ୍ତୁ I ପରଦିନ ସକାଳେ, ସେହି ପାଣିକୁ ଛାଣି କେଶରେ ଲଗାନ୍ତୁ ଏବଂ ଏହାକୁ ୩୦ ମିନିଟ୍ ପର୍ଯ୍ୟନ୍ତ କେଶରେ ଶୁଖିବାକୁ ଦିଅନ୍ତୁ I ଏହା ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ I ଦେଖିବେ ପ୍ରାକୃତିକ ଉପାୟରେ ଆପଣଙ୍କ କେଶ ଚେରି ଲାଲ ରଙ୍ଗରେ ପରିଣତ ହେବ I ଯଦି ଆପଣ ରଙ୍ଗ ଅଧିକ ଗାଢ଼ କରିବାକୁ ଚାହୁଁଛନ୍ତି ଏହି ଉପାୟତି ପ୍ରତି ସପ୍ତାହରେ ଠାରେ କରିପାରିବେ I

କେଶ ଝଡ଼ିବା ଆଜିର ଏକ ସାଧାରଣ ସମସ୍ୟା I ଏପରି ପରିସ୍ଥିତିରେ, ଆପଣ ପିଆଜ ଚୋପାକୁ ପାଣିରେ ଫୁଟାଇ ,ଥଣ୍ଡା କରି ସେହି ପାଣିରେ କେଶ ଧୋଇଲେ, କେଶ ଶୀଘ୍ର ବଢିବା ସହିତ ଚନ୍ଦା ପଣ ରୁ ମଧ୍ୟ ମୁକ୍ତି ମିଳିଥାଏ I ବାସ୍ତବରେ, ପିଆଜ ଚୋପା ରେ ସଲଫରର ପରିମାଣ ରହି ଥାଏ, ଯାହା କେଶର ବୃଦ୍ଧିରେ ସହାୟକ ହୋଇଥାଏ I ଏହା ବ୍ୟତୀତ ପିଆଜ ଚୋପା ରୁ ପ୍ରସ୍ତୁତ ପାଣିରେ ନିୟମିତ ବ୍ୟବହାର ଦ୍ୱାରା କେଶ ଅଧିକ ଘନ କଳା ଏବଂ ମୋଟା ହୋଇଥାଏ I

ଋତୁ ପରିବର୍ତ୍ତନ ସମୟରେ , ପ୍ରାୟତ ଘରେ ଘରେ ସମସ୍ତେ କାଶ, ଥଣ୍ଡା ଏବଂ ଭାଇରାଲ୍ ରେ ଆକ୍ରାନ୍ତ ,ଏଥିପାଇଁ ପିଆଜ ଚୋପା ବହୁତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ I ପିଆଜ ଚୋପା ରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ ଏବଂ ଭାଇରାଲ୍ ରୋଗରୁ ରକ୍ଷା ପାଇବାରେ ସାହାଯ୍ୟ କରିଥାଏ ଇ ତେଣୁ ଏହି ସମୟରେ ପିଆଜ ଚୋପା ରେ ପ୍ରସ୍ତୁତ ଚା ନିୟମିତ ପିଇବା ଦରକାର I

କିଛି ଜଣଙ୍କୁ ଏହାର ବାସ୍ନା ବା ସ୍ୱାଦ ଭଲ ଲାଗି ନ ପାରେ କିନ୍ତୁ ପିଯ ଚୋପା ଚା ପିଇବା ବହୁତ ଉପକାରୀ ହୋଇଥାଏ I ଯଦି ଆପଣ ଚାକୁ ଭଲ ପାଆନ୍ତି, ତେବେ ଦିନକୁ ଥରେ ପିଆଜ ଚୋପା ପିଇବାକୁ ଭୁଲନ୍ତୁ ନାହିଁ I ଏଥିରେ ଭିଟାମିନ୍ ଏ ସମେତ ଅନେକ ପୁଷ୍ଟିକର ତତ୍ୱ ଏହି ପିଆଜ ଚୋପା ରେ ଥାଏ, ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ I ଏହା ବ୍ୟତୀତ, ନିୟମିତ ଭାବେ ପିଆଜ ଚୋପାରୁ ରୁ ପ୍ରସ୍ତୁତ ଚା ’ପିଇବା ଦ୍ୱାରା ଚର୍ମର ଶୁଷ୍କତା ଦୂର ହୋଇ ନୂତନ ଚର୍ମ କୋଷ ଗଠନ ହୋଇଥାଏ ଇ ଏହା ସହିତ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ I

ଯଦି ବଗିଚା କରିଥାନ୍ତି ଆପଣ ପିଆଜ ଚୋପା ବ୍ୟବହାର କରି ଘରେ ପୋଟାସିୟମ ଯୁକ୍ତ କମ୍ପୋଷ୍ଟ ଖତ ପ୍ରସ୍ତୁତ କରିପାରିବେ, ଏହା ଫଳରେ ଗଛ ଗୁଡିକ ଭଲ ବଢିଥାଏ I ଏଥିପାଇଁ ପିଆଜ ଚୋପାକୁ ଅଳିଆଗଦାରେ ପକାଇବା ପରିବର୍ତ୍ତେ ଅଧା ମାଟିରେ ଭର୍ତ୍ତି ଏକ ହାଣ୍ଡିରେ ରଖନ୍ତୁ ଏବଂ ସମୟ ସମୟରେ ଏଥିରେ ପାଣି ଛିଚନ୍ତୁ I ଏହା କରିବା ଦ୍ୱାରା କିଛି ଦିନ ମଧ୍ୟରେ ପିଆଜ ଚୋପା ରୁ କମ୍ପୋଷ୍ଟ ଖତ ପ୍ରସ୍ତୁତ ହେବ, ଯାହାକୁ ଆପଣ ଲଗାଇଥିବା ଗଛ ଗୁଡିକରେ ସାର ଭାବରେ ବ୍ୟବହାର କରିପାରିବେ I

Leave A Reply

Your email address will not be published.