ଅଶ୍ଲୀଳ ଭିଡିଓ ଭାଇରାଲ କରୁଥିବା ଯୁବକକୁ ବାନ୍ଧିଲା ପୋଲିସ

58

କଟକ: ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଯୁବକକୁ ବାନ୍ଧିଲା ପୋଲିସ। ଅଶ୍ଲୀଳ ଭିଡିଓ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୋଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ।ଖବର ଅନୁଯାଇ କ୍ରାଇମ୍‌ବ୍ରାଞ୍ଚ କୁ ସୂଚନା ମିଳିଥିଲା ଯେ, କଟକରେ ରହୁଥିବା ଜଣେ ଯୁବକ ତା’ର ଫୋନ୍‌ରେ ଲଗାତାର ଭାବେ ନାବାଳିକା ଝିଅଙ୍କର ଅଶ୍ଳୀଳ ଭିଡିଓ ନିଜ୍ ଫୋନ୍‌ରେ ଡାଉନଲୋଡ଼ କରି ରଖୁଥିଲା। ଏବଂ ପରେ ସେହି ଭିଡିଓକୁ ଏକାଧିକ ଫୋନ୍‌କୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଓ ମେସେଜିଂ ଆପ୍ ଯୋଗେ ବାରମ୍ବାର ଫରୱାର୍ଡ କରୁଥିଲା।କଟକ ସାଇବର୍ ଥାନା ପୋଲିସ ସେହି ଅଶ୍ଲୀଳ ଭିଡିଓ ଫରୱାର୍ଡ ହେଉଥିବା ମୋବାଇଲ୍ ର ଆଇପି ଆଇଡିରୁ ଏକାଧିକ ତଥ୍ୟ ସଂଗ୍ରହ କଲା । ଫୋନ୍‌ର ଲୋକେସନ୍, କେଉଁ ସମୟରେ ଉକ୍ତ ଭିଡିଓ ଫରୱାର୍ଡ ହୋଇଥିଲା ଓ କେଉଁ ଫୋନ୍ ନମ୍ବରରେ ତାହାକୁ କରାଯାଉଛି ତାର ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି l

Comments are closed, but trackbacks and pingbacks are open.