ବାସ୍ତୁ ଟିପ୍ସ : ଘରର ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ମୁଖ୍ୟ ଦ୍ୱାର ରେ କରନ୍ତୁ ଏହି ଉପାୟ

22

ବାସ୍ତୁ ଶାସ୍ତ୍ରରେ ଜୀବନର ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବା ପାଇଁ ଉପାୟ ଦିଆଯାଇଛି I ଘର ତିଆରିବେଳେ ବା ଘର କିଣିବା ବେଳେ ମୁଖ୍ୟତଃ ଏହାର ବାସ୍ତୁ ପ୍ରତି ବେଶେଷ ଧ୍ୟାନ ଦିଆଯାଇଥାଏ I ଯଦି କୌଣସି ଭୁଲ ତ୍ରୁଟି ଯୋଗୁଁ ଘରେ ସମସ୍ୟା ମାନ ଲାଗି ରହୁଥାଏ ,ତେବେ ଘରୁ ନକାରାତ୍ମକ ଶକ୍ତି ହଟାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଏ I ଯଦି ଜୀବନରେ ଆର୍ଥିକ ସମସ୍ୟା ଚାଲିଥାଏ, ଅଫିସରୁ ଘରକୁ ଆସିବା ପରେ ମନୋବଳ ଖରାପ ହୋଇଯାଏ,ଘରେ ସବୁବେଳେ ମାନସିକ ଅଶାନ୍ତି ,ଚିଡିଚିଡା ଭାବ ଲାଗି ରହୁଥାଏ , ତେବେ ଘରେ ସକାରାତ୍ମକ ଶକ୍ତି ଅଭାବ ହେବାର ସମ୍ଭାବନା ଥାଏ I ଅନେକ ଥର ଆର୍ଥିକ ପ୍ରତିବନ୍ଧକ ହେତୁ ମନ ଖରାପ ରହିଥାଏ ଅର୍ଥାତ୍ ସେହି ଘରେ ଲକ୍ଷ୍ମୀ ମାତାଙ୍କ କୃପା ର ଅଭାବ ଥାଏ I ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାର ସହିତ ବାସ୍ତୁ ପ୍ରତିକାର ଯାହା ଫଳରେ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ I

ଘରର ବାସ୍ତୁ ରେ ସନ୍ତୁଳିତ ପଂଚତତ୍ବ ହେଲେ ସମୃଦ୍ଧି ଆସିଥାଏ :

ଘରର ବାସ୍ତୁ ଦୋଷ ରେ ପରିବର୍ତ୍ତନ କରି ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରାଯାଇଥାଏ I ବାସ୍ତୁ ଶାସ୍ତ୍ରର ମୂଳ ହେଉଛି ଅଗ୍ନି, ପୃଥିବୀ, ବାୟୁ, ଜଳ ଏବଂ ଆକାଶ I ବାସ୍ତୁ ଶାସ୍ତ୍ର ଏହି ପାଞ୍ଚଟି ଉପାଦାନ କୁ ନେଇ ଗଠିତ ହୋଇଥାଏ I ଏହାକୁ ପଞ୍ଚ ମହାଭୁତ କୁହାଯାଇଥାଏ I ଯଦି ଗୃହ ର ବାସ୍ତୁ ର ପାଞ୍ଚଟି ଉପାଦାନ ସନ୍ତୁଳିତ ରହେ, ତେବେ ବାସ୍ତୁ ପୁରୁଷ ମଧ୍ୟ ଶାନ୍ତ ରହିଥାଏ I ଯେଉଁ ଅଂଶରେ ବାସ୍ତୁ ରେ କୌଣସି ଗଡବଡ ଥାଏ,ସେହି କୋଣରେ ଥିବା ବାସ୍ତୁ ଦେବତାଙ୍କ କୋପ ଦୃଷ୍ଟି ଗୃହସ୍ଥ ଙ୍କ ଉପରେ ପଡିଥାଏ I ମଣିଷ ଶରୀରେ ମେରୁଦଣ୍ଡ ଯେଉଁଭଳି ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ,ସେହିପରି ଘରର ମେରୁଦଣ୍ଡ ହୋଇଥାଏ ମୁଖ୍ୟ ଦ୍ୱାର ଇ ତେଣୁ ଘର ତିଆରି ସମୟରେ ସର୍ବପ୍ରଥମେ ମୁଖ୍ୟ ଦ୍ୱାର କେଉଁ ପଟ କୁ ରହିବ ବିଚାର କରାଯାଇଥାଏ I ତେଣୁ ସଠିକ ଭାବରେ ବାସ୍ତୁ ପ୍ରତିକାର କରି ସନ୍ତୁଳିତ ପଂଚତତ୍ବ ସହିତ ଘରେ ରହିଲେ ଘରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ଆସିଥାଏ I

ଘର ର ମୁଖ୍ୟ ଦ୍ୱାର ପାଇଁ କରନ୍ତୁ ଏହି ଉପାୟ
ମନେରଖନ୍ତୁ ଯେ ମୁଖ୍ୟ ଦ୍ୱାରରେ ସର୍ବଦା ଏକ ଚାରିପାଖିଆ କବାଟ ଫ୍ରେମ୍ ରହିବା ଉଚିତ I ଅର୍ଥାତ କବାଟ ଗୋଟିଏ ନ ହୋଇ ଦୁଇଟି ହେବା ଦରକାର I ଏହାସହିତ ମୁଖ୍ୟ ଦ୍ଵାରର କବାଟ ଘର ଭିତର ପଟକୁ ଖୋଲା ହେବା ଦରକାର I ଏହାକୁ ଘରର ଚୌବନ୍ଧ ମଧ୍ୟ କୁହାଯାଏ I ଏହା ନକାରାତ୍ମକ ଶକ୍ତିକୁ ଘରେ ପ୍ରବେଶ କରିବାରେ ରୋକିଥାଏ I

  • ଘରର ଯେଉଁ ସଦସ୍ୟ ସକାଳେ ଘରର ମୁଖ୍ୟ ଦ୍ୱାର ଖୋଲିବ, ସେ ପ୍ରଥମେ ଦ୍ୱାରରେ କିଛି ପବିତ୍ର ପାଣି ,ଯଥା ଗଙ୍ଗା,ଗୋବର ମିଶା ପାଣି ଛିଞ୍ଚିବା ଦରକାର , ଯାହା ଫଳରେ କି ଦ୍ୱାର ମୁହଁ ରେ ରାତିରୁ ଜମା ହୋଇଥିବା ନକାରାତ୍ମକ ଶକ୍ତି ଗୁଡ଼ିକ ଆଉ ଘର ଭିତରେ ପ୍ରବେଶ କରି ପାରିବେ ନାହିଁ I

ଗୃହିଣୀ ମାନେ ପ୍ରଥମେ ସକାଳେ ଘରକୁ ଭଲ ଭାବରେ ସଫା କରିବା ଉଚିତ୍ I ଏହା ସହ ସାମାନ୍ୟ ଲୁଣ ମିଶା ପାଣିରେ ଘର ପୋଛି ଦେଇ ଘରର ଚାରିପଟେ ବିଶେଷ କରି ମୁଖ୍ୟ ଦ୍ୱାର ରେ ହଳଦୀ ପାଣି ଛିଞ୍ଚନ୍ତୁ I ଏହାପରେ ଗାଧୁଆ ସାରି ଦୁଆର ମୁହଁରେ ରଙ୍ଗୋଲି ତିଆରି ହେବା ଉଚିତ କିମ୍ବା ଆପଣ ରଙ୍ଗୋଲି ଟାଇଲ୍ ମଧ୍ୟ ଲଗାଇ ପାରିବେ Iଏପରି କଲେ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ I ମୁଖ୍ୟ ଦ୍ୱାର ଉପରେ କେଶରୀ ରଙ୍ଗ ବା ସିନ୍ଦୁରରେ ୯ ଇଞ୍ଚ ସାଇଜ ର ଏକ ସ୍ୱସ୍ତିକ ମଧ୍ୟ ତିଆରି କଲେ ଅତି ଶୁଭଙ୍କର ହୋଇଥାଏ ଇ କାରଣ ସର୍ବ ଶୁଭ ର ପ୍ରତୀକ ହେଉଛି ସିନ୍ଦୁର I ଘରୁ ବାହାରି କି ଗଲାବେଳେ ବା ଘର ଭିତରକୁ ପ୍ରବେଶ କରିବା ସମୟରେ ସିନ୍ଦୁର ଉପରେ ଆଖି ପଡିଲେ ଅତ୍ୟନ୍ତ ଶୁଭ ହୋଇଥାଏ I
ମୁଖ୍ୟ ଦ୍ୱାର ଉପରେ ଆମ୍ବ ପତ୍ରର ତୋରଣ ଟଙ୍ଗାଇଲେ ଅତି ଶୁଭ ହୋଇଥାଏ ,କାରଣ ଶୁଭ କଳସରେ ପ୍ରଥମେ ଆମ୍ବ ଡାଳ ଦିଆଯାଇଥାଏ I ପ୍ରତି ଗୁରୁବାର ଦିନ ଘରର ଦ୍ୱାର ମୁହଁରେ ତଳେ ହଳଦୀ ରେ ସ୍ୱସ୍ତିକ ଚିହ୍ନ ଆଂକନ୍ତୁ ଇ ପ୍ରତିଦିନ ହୋଇ ପାରିଲେ ମଧ୍ୟ ଅତି ଭଲ ଇ ସ୍ୱସ୍ତିକ ଚିହ୍ନ ଦ୍ୱାର ମୁହଁ ରେ ଗୋଟିଏ କଡ଼କୁ କରିବେ ଯେପରି କେହି ନ ମାଡି ପାରିବେ I

ସେହିଭଳି ଅଗାଧୁଆ ରୋଷେଇ ଘରେ ପ୍ରବେଶ କରନ୍ତୁ ନାହିଁ I ରୋଷେଇ ଆରମ୍ଭ କରିବା ପୂର୍ବରୁ, ରୋଷେଇ କୁ ରାତିରୁ ଉତ୍ତମ ରୂପେ ସଫା ହେବା ଆବଶ୍ୟକ, ରୋଷେଇ ସମୟରେ ଭଗବାନ ଙ୍କ ମନ୍ତ୍ର ଜପ କରି ବା ମା ଅନ୍ନପୂର୍ଣ୍ଣା ଙ୍କୁ ଧ୍ୟାନ କରି ଖାଦ୍ୟ ପ୍ରସ୍ତୁତ କରନ୍ତୁ ଏବଂ ମୋ ହାତରେ ପ୍ରସ୍ତୁତ ଖାଦ୍ୟ ସମସ୍ତଙ୍କ ପାଇଁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ବର୍ଦ୍ଧକ ହେଉ ବୋଲି ପ୍ରାର୍ଥନା କରିବା ଆବଶ୍ୟକ ବୋଲି ମନେ ମନେ କୁହନ୍ତୁ I

ରାତିରେ ରୁଟି ତିଆରି ସମୟରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ଏବଂ ପକ୍ଷୀମାନଙ୍କ ପାଇଁ ବାହାରକରି ଅଲଗା ରଖନ୍ତୁ I ଏହା ପରେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଖାଦ୍ୟ ପରିବେଷଣ କରନ୍ତୁ I

  • ଘରେ କିମ୍ବା କାର୍ଯ୍ୟାଳୟରେ ପୂଜା ସମୟରେ ସକାରାତ୍ମକ ଶକ୍ତି ପାଇଁ ସକାଳ ଏବଂ ସନ୍ଧ୍ୟାରେ ଶଙ୍ଖ ଧ୍ୱନି କରନ୍ତୁ I

ଘରେ ପୂଜା ଆରମ୍ଭ କରିବା ପୂର୍ବରୁ ଦ୍ବୀପ ଜାଳି ପ୍ରଥମେ ଦ୍ବୀପ ପୂଜା କରନ୍ତୁ ଏହାପରେ ତୁଳସୀ ପୂଜା କରି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦିଅନ୍ତୁ ପରେ ଘରର ଠାକୁରଙ୍କୁ ପୂଜା କରନ୍ତୁ ଇ ପୂଜା ପରେ ପ୍ରତିଦିନ ଝୁଣା ଓ ଗୋଗୁଲ ମିଶ୍ରିତ ଧୂପ ଜାଳିବା ସହିତ କର୍ପୁର ଆଳତି କରି ଘର ଚାରିପଟେ ବୁଲାନ୍ତୁ I ଘରେ ପ୍ରତିଦିନ ଓଁ କାର ଜପ କରନ୍ତୁ ବା ବା କିଛି ମନ୍ତ୍ର ଶୁଣନ୍ତୁ I

Comments are closed, but trackbacks and pingbacks are open.