ମତ୍ସ୍ୟଚାଷ ନିମନ୍ତେ ସରକାରଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ଯୋଜନା

34

ଜାତୀୟ ପୃଷ୍ଟିକର ଯୋଗାଣ ଯୋଜନା (NMPS)
ଏହି ଯୋଜନାରେ ଏକ ହେକ୍ଟର ପରିମିତ ନୂତନ ପୋଖରୀ ଖନନ ପାଇଁ ଅଟକଳ ମୂଲ୍ୟ ଟ. ୪,୦୦,୦୦୦.୦୦ ଓ ରିହାତି ଶତକଡ଼ା ୪୦% ଭାଗ ବା ଟ. ୧,୬୦,୦୦୦.୦୦ହ ସମସ୍ତ ବର୍ଗ ପାଇଁ ।
ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ଼ (NFDB)
 ଏହି ଯୋଜନାରେ ଏକ ଏକର ପରିମିତ ନୂତନ ପୋଖରୀ ଖନନ ପାଇଁ ଅଟକଳ ମୂଲ୍ୟ ଟ. ୧,୪୦,୦୦୦.୦୦ ଓ ରିହାତି ଶତକଡ଼ା ୨୦% ଭାଗ ବା ଟ. ୨୮,୦୦୦.୦୦ ସାଧାରଣ ବର୍ଗ ପାଇ ଏବଂ ଶତକଡ଼ା ୨୫% ଭାଗ ବା ଟ. ୩୫,୦୦୦.୦୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ।
 ପୋଖରୀ ପୁନଃଉଦ୍ଧାର ଏକର ପ୍ରତି ଅଟକଳ ମୂଲ୍ୟ ଟ. ୫୦,୦୦୦.୦୦ ରିହାତି ଶତକଡ଼ା ୨୫% ଭାଗ ବା ଟ. ୧୨,୫୦୦୦.୦୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଶତକଡ଼ା ୨୦% ଭାଗ ବା ଟ. ୧୦,୦୦୦.୦୦ ସାଧାରଣ ବର୍ଗ ପାଇଁ ।
 ମତ୍ସ୍ୟ ଯାଆଁଳ ଉତ୍ପାଦନ ହେଚରୀ ଏକକ ମୂଲ୍ୟ ଟ. ୧୨,୦୦,୦୦୦/- ଓ ରିହାତି ଶତକଡ଼ା ୧୦% ଭାଗ ବା ଟ. ୧,୨୦,୦୦୦/- ସମସ୍ତ ବର୍ଗ ପାଇଁ ।
ସନ୍ତସନ୍ତିଆ ଜାଗାରେ ପୋଖରୀ ଖନନ ଏକର ପ୍ରତି ଅଟକଳ ମୂଲ୍ୟ ଟ. ୧,୧୦,୦୦୦/- ଓ ରିହାତି ଶତକଡ଼ା ୨୦% ଭାଗ ବା ଟ. ୨୨,୦୦୦/- ସମସ୍ତ ବର୍ଗ ପାଇଁ ।
ବୈଜ୍ଞାନିକ ପ୍ରଣାଳୀର ମାଛ ଚାଷ କରିବା ନିମନ୍ତେ ମତ୍ସ୍ୟଚାଷୀମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ଅଛି ।
ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନା (MGNREGS)
ଏହି ଯୋଜନା ମାଧ୍ୟମରେ ଜବ କାର୍ଡ଼ଧାରୀ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଅଧା ଏକର ପରିମିତ ନୂତନ ପୋଖରୀ ଖନନ ପାଇଁ ଅଟକଳ ମୂଲ୍ୟ ଟ. ୧,୫୦,୦୦୦.୦୦ ଯାହାକି ଶତ ପ୍ରତିଶତ ରିହାତି ।
ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା (MUY)
ଏହି ଯୋଜନାରେ ଜଳଭଣ୍ଡାରରେ / ନଦୀରେ ସକ୍ରିୟ ଭାବେ ମାଛ ଧରି ଜୀବିକା ନିର୍ବାହ କରୁଥିବା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସକ୍ରିୟ ସଭ୍ୟମାନଙ୍କ ପାଇଁ ନୂତନ ଡଙ୍ଗା ଓ ଜାଲ ଏକକ ଅଟକଳ ମୂଲ୍ୟ ଟ. ୨୫,୦୦୦/- ଓ ରିହାତି ୬୦% ପ୍ରତିଶତ ବା ଟ. ୧୫,୦୦୦/- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ୫୦% ପ୍ରତିଶତ ବା ଟ. ୧୨,୫୦୦/- ସାଧାରଣ ବର୍ଗ ପାଇଁ ।
ପୁନଶ୍ଚ ମାଛ ବିକ୍ରିବଟା ପାଇଁ ମତ୍ସ୍ୟଜୀବୀ / ମାଛଚାଷୀ / ମାଛ ବ୍ୟବସାୟୀମାନଙ୍କ ପାଇଁ ସାଇକେଲ୍ ସହ ବରଫ ବାକ୍ସ ଅଟକଳ ମୂଲ୍ୟ ଟ. ୫,୦୦୦/- ଓ ରିହାତି ୫୦% ପ୍ରତିଶତ ବା ଅଧିକତମ ଟ. ୨,୦୦୦/- ମୋପେଡ୍ ସହ ବରଫ ବାକ୍ସ ଅଟକଳ ମୂଲ୍ୟ ଟ. ୩୫,୦୦୦/- ଓ ରିହାତି ୨୫% ପ୍ରତିଶତ ବା ଅଧିକତମ ଟ. ୭,୫୦୦/- ଅଟୋରିକ୍ସା ସହ ବରଫ ବାକ୍ସ ଅଟକଳ ମୂଲ୍ୟ ଟ. ୨,୩୫,୦୦୦/- ଓ ରିହାତି ୨୫% ପ୍ରତିଶତ ବା ଅଧିକତମ ଟ. ୩୫,୦୦୦/-

Comments are closed, but trackbacks and pingbacks are open.