ଏକାମ୍ର ରେ ୩୧.୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ

33

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାରେ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୩୧.୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କୁ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ନାଗେଶ୍ଵର ଟାଙ୍ଗୀ ଏବଂ ସଂଲଗ୍ନ ଅଞ୍ଚଳକୁ ୧୦ ଲକ୍ଷ ଲିଟର ବିଶିଷ୍ଟ ଭୁ-ଉଚ୍ଚ ଜଳ ଭଣ୍ଡାର ପାଇଁ ୨.୫୮କୋଟି ଟଙ୍କାରେ ନିର୍ମାଣ କାର୍ଯ୍ୟ ର ଶିଳାନ୍ୟାସ, ସେହିପରି ଭୁଆସୁଣୀ ସଂଲଗ୍ନ ଅଞ୍ଚଳ ପାଇଁ ୧୫ ଲକ୍ଷ ଲିଟର ବିଶିଷ୍ଟ ଭୁ ଉଚ୍ଚ ଜଳ ଭଣ୍ଡାର ପାଇଁ ୪.୧୬ କୋଟି ଟଙ୍କାର ଶିଳାନ୍ୟାସ କରିଥିଲେ।ପରେ ୧ କୋଟି ଟଙ୍କା ବିନିମୟରେ କପିଳେଶ୍ଵର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ୭ ଲକ୍ଷ ଲିଟର ବିଶିଷ୍ଟ ଭୂତଳ ଜଳ ଭଣ୍ଡାର କୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ଘାଟନ କରିଥିବାବେଳେ ୨.୫୮ କୋଟି ଟଙ୍କାର ଆଉ ଏକ ୧୦ ଲକ୍ଷ ଲିଟର ବିଶିଷ୍ଟ ଭୁ ଉଚ୍ଚ ଜଳ ଭଣ୍ଡାର ର ଶିଳାନ୍ୟାସ କରିବା ସହ ୧୪ ଲକ୍ଷ ଟଙ୍କାରେ ଏକ ଗୋଷ୍ଠୀ ଗୃହ ର ଉଦ୍ଘାଟନ ଏବଂ ୧୫ ଲକ୍ଷ ଟଙ୍କାର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଥିଲା। ଅପରାହ୍ନ ରେ ୱାର୍ଡ ନଂ ୨୩ର ଘାଟିକିଆ କଳିଙ୍ଗ ନଗର କେ ୩ ଏ ଏବଂ କେ ୨ ଅଞ୍ଚଳ ପାଇଁ ୨୧ କୋଟି ଟଙ୍କାରେ ରାସ୍ତାର ଭିତ୍ତି ପ୍ରସ୍ତର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ, ବିରଞ୍ଚି ନାରାୟଣ ମହାସୂପକାର,ନୃପେଶ ନାୟକ, କିରଣ ମଝି, ଦିଲ୍ଲୀପ ମଝି, ଶିବପ୍ରସାଦ ବେହେରା, ୱାଟକୋ ର ମହା ପ୍ରବନ୍ଧକ ଗୁରୁଚରଣ ଦାସ,ପ୍ରବନ୍ଧକ ଈଶ୍ୱର ଚନ୍ଦ୍ର ପ୍ରଧାନ, କପିଳେଶ୍ଵର ମନ୍ଦିର ର ବରିଷ୍ଠ ସେବାୟତ ହରିହର ମଲିଆ, ହଳଧର ମଲିଆ,ଜଗନ୍ନାଥ ମଲିଆ, ଅରବିନ୍ଦ ମଲିଆ, ସୂର୍ଯ୍ୟଭାନୁ ମହାପାତ୍ର,ବିଜୟ ମଲିଆ , ଗାନ୍ଧୀ ମଲିଆ ପ୍ରମୁଖ ଉପସ୍ଥିତ ଥିଲେ I

Comments are closed, but trackbacks and pingbacks are open.