ୱାନିନ୍ଦୁ ହସ୍ରଙ୍ଗାଙ୍କ ମାରାତ୍ମକ,ସ୍ପିନ୍‌ ଡୁ ପ୍ଲେସି ଙ୍କ ଅର୍ଦ୍ଧଶତକ : ୬୭ ରନ୍ ରେ ବାଙ୍ଗାଲୋର ଠାରୁ ହାଇଦ୍ରାବାଦ ପରାସ୍ତ

29

ଆଇପିଏଲର ୫୪ ତମ ମ୍ୟାଚରେ ମୁହାଁ ମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ସହିତ ସନରାଇଜର୍ସ ହାଇଦ୍ରାବାଦ Iଅଧିନାୟକ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ୫ ଓ୍ଵିକେଟ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କରିଛି।ଫାଫ୍ ଡୁ ପ୍ଲେସିସ୍ଙ୍କ ଅଧିନାୟକ ଇନିଂସ ପରେ ସ୍ପିନର ୱାନିନ୍ଦୁ ହାସରାଙ୍ଗାଙ୍କ ସୁପର ବୋଲିଂ ଦେଇ ୧୨ ଟି ମ୍ୟାଚରେ ଏହା RCB ର ସପ୍ତମ ବିଜୟ I ସେ ୧୪ ପଏଣ୍ଟ ପାଇଛନ୍ତି ଏବଂ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ବସିଛନ୍ତି I ଅନ୍ୟପକ୍ଷରେ, ଏକାଦଶ ମ୍ୟାଚରେ ସନରାଇଜର୍ସ “ଓରେଞ୍ଜ ଆର୍ମି “ହାଇଦ୍ରାବାଦର ଏହା ହେଉଛି ଷଷ୍ଠ ପରାଜୟ I ଅନ୍ୟପଟେ ଷଷ୍ଠ ପରାଜୟ ଭୋଗିଛି ସନରାଇଜର୍ସ ହାଇଦ୍ରାବାଦ। ଦଳର ପ୍ଲେ ଅଫ ଆଶା ଏବେ ମୁସ୍କିଲ ହୋଇ ପଡିଛି।

ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଫାଫ ଡୁପ୍ଲେସିସଙ୍କ ଅପରାଜିତ ୭୩ ରନ, ରଜତ ପାଟିଦାରଙ୍କ ୪୮ ରନ ସହ ଦିନେଶ କାର୍ତ୍ତିକ ମାତ୍ର ୮ଟି ବଲରୁ ୩୦ ରନ ବଳରେ ବେଙ୍ଗାଲୁରୁ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୧୯.୨ ଓଭରରେ ୫ ରନରେ ଅଲଆଉଟ୍ ହୋଇ ୬୭ ରନର ପରାଜୟ ଭୋଗିଛି। ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ୫୮ ରନ କରିଥିବା ବେଳେ ବାକି ବ୍ୟାଟସମ୍ୟାନ ବିଫଳ ହୋଇଛନ୍ତି। ଓ୍ଵାନିନ୍ଦୁ ହସରଙ୍ଗା ଘାତକ ବୋଲିଂ କରି ମାତ୍ର ୧୮ ରନ ବ୍ୟୟ କରି ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୋସ ହେଜେଲଉଡ ୧୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.