ନୂଆଦିଲ୍ଲୀ: ‘ଜାତୀୟ ସମ୍ମାନ ଅବମାନନା ନିରୋଧ (ସଂଶୋଧନ) ବିଲ୍, ୨୦୨୬ ରାଜ୍ୟସଭାରେ ଗୃହୀତ ହୋଇଛି’। ଏହି ସଂଶୋଧିତ ଆଇନ ଅନୁଯାୟୀ ‘ବନ୍ଦେ ମାତରମ୍’କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ବର୍ତ୍ତମାନଠାରୁ ଉଦ୍ଦେଶ୍ୟମୂଳକ ଭାବେ ‘ବନ୍ଦେ ମାତରମ୍’ର ଅବମାନନା କଲେ କିମ୍ବା ଏହାର ଗାନ ସମୟରେ ବାଧା ସୃଷ୍ଟି କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ। ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଏହି ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ବରଂ ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଓ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ସାମୂହିକ ପ୍ରତିବଦ୍ଧତାର ପ୍ରତୀକ। ସେହିପରି ବିଜେପି ସାଂସଦ ବିନୋଦ ତାୱଡେ ‘ଏକ୍ସ’ (X)ରେ ପୋଷ୍ଟ କରି ‘ବନ୍ଦେ ମାତରମ୍’କୁ ଦେଶର ଗର୍ବ ଓ ସ୍ୱାଧୀନତା ଆନ୍ଦୋଳନର ମହାମନ୍ତ୍ର ବୋଲି ଅଭିହିତ କରିଛନ୍ତି।
Comments are closed, but trackbacks and pingbacks are open.