ଭାଲେଣ୍ଟାଇନ ସପ୍ତାହ

22

ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ପ୍ରେମ ପାଇଁ ଉତ୍ସର୍ଗୀକୃତ ଚଳିତ ମାସ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ।

ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ଏହି ସପ୍ତାହ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ୨୦୨୩ ବର୍ଷରେ ଏହା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଯେଉଁ ଦମ୍ପତିମାନେ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉତ୍ସାହର ସହିତ ଭାଲେଣ୍ଟାଇନ ସପ୍ତାହକୁ ଅପେକ୍ଷା କରିଥାନ୍ତି।

ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ପ୍ରଥମ ଦିନ । ଆଜି ରୋଜ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ ଗୋଲାପ ଫୁଲ ପ୍ରେମୀଯୁଗଳ ପରସ୍ପରକୁ ପ୍ରଦାନ କରିଥାନ୍ତି। ଏହି ଦିନ ଉଭୟ ପ୍ରେମ ଚଢ଼େଇ ଲାଲ ଗୋଲାପ ଦେଇ ପ୍ରେମର ପରିପ୍ରକାଶ କରିଥାଆନ୍ତି।

ଫେବୃଆରୀ ୮, ପ୍ରପ୍ରୋଜ ଡେ: ଭାଲେଣ୍ଟାଇନ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ଭାବେ ପାଳନ କରାଯାଏ। ଏହି ଦିନ ପ୍ରେମୀ ଯୁଗଳ ସେମାନଙ୍କ ହୃଦୟର କଥା ଭଳ ପାଉଥିବା ମଣିଷ ଆଗରେ ବଖାଣି ଥାନ୍ତି। କାହାକୁ ଗଭୀର ଭାବରେ ଭଲପାଉଥିଲେ ହୃଦୟ କଥା ଖୋଲି କହିବା ପାଇଁ ପ୍ରପୋଜ ଡେ ହେଉଛି ସର୍ବୋତ୍ତମ ଦିନ ।

ଫେବୃଆରୀ ୯, ଚକୋଲେଟ ଡେ: ଭାଲେଣ୍ଟାଇନ ସପ୍ତାହର ତୃତୀୟ ଦିନ ହେଉଛି ଚକୋଲେଟ ଡେ। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ଚକୋଲେଟ ଉପହାର ଦିଅନ୍ତି ଯାହା ଦ୍ୱାରା ସେମାନଙ୍କର ପ୍ରେମର ମଧୁରତା ଏହି ଚକୋଲେଟ ପରି ହୋଇରହିଥାଏ ।

ଫେବୃଆରୀ ୧୦, ଟେଡି ଡେ: ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନରେ ଟେଡି ଡେ ପାଳନ କରାଯାଏ। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମର ସଙ୍କେତ ଭାବରେ ଟେଡି ଉପହାର ଦିଅନ୍ତି। ଟେଡି ଭାଲୁ ହୃଦୟର କୋମଳତାକୁ ପରିପ୍ରକାଶ କରିଥାଏ। ବିଶେଷକରି ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି। ସେଥିପାଇଁ ଏହି ଦିନ ଟେଡି ଦିବସ ଭାବେ ପାଳନ କରାଯାଇଥାଏ।

ଫେବୃଆରୀ ୧୧, ପ୍ରମିଶ ଡେ: ଭାଲେଣ୍ଟାଇନ ସପ୍ତାହର ପଞ୍ଚମ ଦିନ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନକୁ ପ୍ରମିଶ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଭଲ ପାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଥାନ୍ତି।

ଫେବୃଆରୀ ୧୨, ହଗ୍‌ ଡେ: ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନକୁ ହଗ୍‌ ଡେ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରର ପ୍ରେମ ଏବଂ ଆଲିଙ୍ଗନ କରି ଅନୁଭବ କରନ୍ତି ।

ଫେବୃଆରୀ ୧୩, କିସ ଡେ: ଭାଲେଣ୍ଟାଇନ ସପ୍ତାହର ସପ୍ତମ ଦିନରେ କିସ ଡେ ଭାବେ ପାଳନ କରାଯାଏ। ଏହି ଦିନ, ପରସ୍ପରକୁ ଚୁମ୍ବନ ଦେଇ ପ୍ରେମୀଯୁଗଳ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି।

ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ: ଭାଲେଣ୍ଟାଇନ ସପ୍ତାହର ଏହା ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଭେଟିବା, ଭ୍ରମଣ ଏବଂ ମଜା କରି ଭାଲେଣ୍ଟାଇନ୍ସ ଡେ ପାଳନ କରିଥାନ୍ତି।

Comments are closed, but trackbacks and pingbacks are open.