ଏସିଆ କରାଟେ ପ୍ରତିଯୋଗୀତା ନିମନ୍ତେ ଓଡିଶା ରୁ ଭାଲେନା ଭାଲେନ୍ଟିନା ଓ ମଧୁପ୍ରିୟା

29

ଚଳିତ ମାସ ୧୩ରୁ ୨୦ ତାରିଖ ମଧ୍ୟରେ ଉଜବେକିସ୍ତାନର ତାସ୍କଟା ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କରାଟେ ପ୍ରତିଯୋଗିତାରେ ଓଡିଶାରୁ ଭାଲେନା ଭାଲେନଟିନା ଓ ମଧୁପ୍ରିୟା ଆସନ୍ତାକାଲି (ସୋମବାର) ଉଜବେକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଗତ ଜାତୀୟ ପ୍ରତିଯୋଗିତାରେରେ ଉଭୟ ନିଜର ବ୍ୟକ୍ତିଗତ ବିଭାଗରେ ସ୍ଵର୍ଣ ଓ ନିକଟରେ ଶ୍ରୀଲଙ୍କାର କଲମ୍ବୋ ଠାରେ ଶେଷ ହୋଇଥିବା ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତାରେ ଉଭୟ ନିଜର ବ୍ୟକ୍ତିଗତ ବିଭାଗରେ କାଂସ୍ୟ ପଦକ ହାସଲ କରିଥିଲେ।

କରାଟେ ଇଣ୍ଡିଆ ଅର୍ଗାନାଇଜେସନ ଦ୍ଵାରା ଏହି ଦୁଇ ଜଣ ଓଡ଼ିଆ ପ୍ରତିଯୋଗୀ ଜାତୀୟ ଦଳରେ ସାମିଲ ହୋଇଛନ୍ତି। ଭାଲେନା ଭାଲେନ୍‌ଟିନା ସିନିୟର ମହିଳା ବ୍ୟକ୍ତିଗତ କାଟା ବିଭାଗରେ ଓ ମଧୁପ୍ରିୟା କ୍ୟାଡେଟ ବେକ୍ତିଗତ ମହିଳା କାଟାରେ ଭାରତରୁ ପ୍ରତିନିଧିତ୍ବ କରିବେ । ଏହି ଗସ୍ତ ପାଇଁ ରାଜ୍ୟ ସରକାରଙ୍କ କ୍ରିଡା ବିଭାଗ ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ଓଡ଼ିଶା ରାଜ୍ୟ କରାଟେ ସଂଘ କୃତଙ୍ଗ୍ଯତା ଜ୍ଞାପନ କରିଛନ୍ତି । ଓଡିଶା ରାଜ୍ୟ କରାଟେ ସଂଘ ଏହି ଦୁଇ ଜଣ ଆନ୍ତର୍ଜାତୀୟ ଖେଳାଳିଙ୍କୁ ରାଜ୍ୟ ସଂଘର ସମ୍ପାଦକ ଡ. ଗୌରି ମହାନ୍ତି , କୋଚ ଡ. ହରିପ୍ରସାଦ ପଟ୍ଟନାୟକ ଓ ଅନାନ୍ୟ କର୍ମକର୍ତ୍ତା ଗଣ ଶୁଭେଚ୍ଛା ଜଣାଇଛନ୍ତି।

Comments are closed, but trackbacks and pingbacks are open.