ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକାକରଣ

0 26

ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ପିଲାମାନଙ୍କ ପାଇଁ ଏକ ଭଲ ଖବର ଆସି ପହଂଚିଛି I ଏହି ମାସ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଏହାପରେ ବର୍ତ୍ତମାନ ମାର୍ଚ୍ଚ ସୁଦ୍ଧା ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କର ଟୀକାକରଣ ମଧ୍ୟ ଆରମ୍ଭ ହେବାକୁ ଯାଉଛି। । ଏନେଇ ସୂଚନା ଦେଲେ ଏନଟିଏଜିଆଇ ଅଧ୍ୟକ୍ଷ ଏନକେ ଆରୋରା । ଏନେଇ , ଡା ଅରୋରା କହିଛନ୍ତି, “ଜାନୁଆରୀ ଶେଷ ସୁଦ୍ଧା ଆମେ ୧୫ରୁ ୧୭ ବର୍ଷ ବୟସ ମଧ୍ୟରେ ଥିବା ୭.୪ କୋଟି ପିଲାଙ୍କୁ ଅତିକମରେ ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖିଛୁ। ଫଳରେ ଫେବୃଆରୀରୁ ସେମାନଙ୍କର ଦ୍ୱିତୀୟ ଡୋଜ୍‌ ଟିକାକରଣ ଆରମ୍ଭ ହୋଇପାରିବ। ଏହି ପ୍ରକ୍ରିୟା ଫେବୃଆରୀ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଟିକାକରଣକୁ ଜୋରଦାର କରିଛନ୍ତି ସରକାର । ଏହାସହ ପୁଣି କଟକଣାକୁ କଡାକଡି କରିଛନ୍ତି । ଲୋକମାନଙ୍କୁ କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ୧୨ ରୁ ୧୫ ବର୍ଷର ପିଲାମାନ ଙ୍କ ଟୀକାକରଣ ପାଇଁ DCFI ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ଲାଭ କରିଛନ୍ତି I

Leave A Reply

Your email address will not be published.