ଟୀକାକରଣ ଯୋଗୁଁ ରାଜ୍ୟରେ କୋଭିଡ଼ ସଂକ୍ରମଣ କମୁଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

26

ରାଜ୍ୟରେ କରୋନା ଗ୍ରାଫ ବର୍ତ୍ତମାନ ତଳମୁହାଁ ହେବାରେ ଲାଗିଛି I ଗତ ୪ ଦିନ ଭିତରେ ଲଗାତାର ସଂକ୍ରମଣ ହ୍ରାସ ପାଇ ୫ ହଜାରରେ ସୀମିତ ରହିଛି Iକୋଭିଡ୍ ସଂକ୍ରମଣ ର ସମ୍ଭାବ୍ୟ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଜ୍ୟରେ ପିକ ପିରିୟଡ଼ ଅତିକ୍ରମ ହେଇସାରିଛି Iକୋଭିଡ୍ ସ୍ଥିତି ବର୍ତ୍ତମାନ କମିବା ଅବସ୍ଥାରେ ଅଛି । କିନ୍ତୁ ପୂରା ତଳକୁ ଆସିନାହିଁ ଟିକାକରଣ ଏବଂ କଟକଣାକୁ ଜୋରଦାର କରାଯାଉଥିବାରୁ ସମ୍ଭବତଃ ଲୋକଙ୍କଠାରେ କମ୍ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନ୍ ଡୋଜ୍ ବି ନେଇଯାଆନ୍ତୁ ।
ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ଆମେ ତଳକୁ ଆସିନେ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ।
ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ୨୧ ଲକ୍ଷ ଲୋକ ବାକି ଅଛନ୍ତି । ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି ସେମାନେ ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.