ଅଧିକ ଲୋକସଂଖ୍ୟା ଥିବା ଗ୍ରାମ ଗୁଡିକରେ ହେବ ଟିକାକରଣ କେନ୍ଦ୍ର : ଆଶାକର୍ମୀ ଙ୍କୁ ଦାୟିତ୍ୱ ନ୍ୟସ୍ତ

25

ସମ୍ପ୍ରତି ଦେଶ ତଥା ରାଜ୍ୟରେ କରୋନା ମହାମାରୀ ର ପ୍ରାଦୁର୍ଭାବ କମି କମି ଯାଉଛି ଇ ରାଜ୍ୟରେ ଟୀକାକରଣ ସାଢେ ତିନି କୋଟି ପାର କରିଥିବାବେଳେ ଦେଶରେ ମଧ୍ୟ ୧୦୦କୋଟି ପାର କରି ଇତିହାସ ସୃଷ୍ଟି କରିଛି ଇ କରୋନା ମହାମାରୀ କୁ ରୋକିବା ପାଇଁ ଟିକାକରଣ ଏକମାତ୍ର ଉପାୟ ବୋଲି କୁହାଯାଉଛି । ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ ଏବେ ସୁଦ୍ଧା ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି I
ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଅନେକ ଉପାନ୍ତ ଅଂଚଳରେ ଆଦୌ ଟୀକା ଦିଆଯାଇପାରି ନାହିଁ Iଏପରି ସ୍ଥଳେ ଦ୍ୱିତୀୟ ଡୋଜ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତିି । ସେଥିପାଇଁ ଆଶାକର୍ମୀ ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି Iଗାଁ ଗାଁ ବୁଲି ଆଶା କର୍ମୀମାନେ ଟିକା ନେଇନଥିବା ଲୋକଙ୍କୁ ଖୋଜିବା ସହ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Leave A Reply

Your email address will not be published.