ଇଛା ବିରୋଧରେ ଟୀକାକରଣ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

0 23

ଦୀର୍ଘ ଦୁଇ ବର୍ଷ ଧରି ସାରା ବିଶ୍ୱ କରୋନା କବଳରେ କଲବଲ ହେଉଛି । ଗୋଟିଏ ପରେ ଗୋଟିଏ ଲହର ମାଡି ଆସୁଥିବା ବେଳେ କରୋନା ର ନୂଆ ନୂଆ ପ୍ରଜାତି ସୃଷ୍ଟି ହୋଇ ସମଗ୍ର ବିଶ୍ୱକୁ ନିଜ ପଞ୍ଝା ଭିତରେ କାବୁ କରି ରଖିଛି I ଭାରତରେ ମଧ୍ୟ କରନା କବଳରୁ ବାଦ ପଡ଼ିନାହିଁ ଇ କିଛି ଦିନ ଧରି କରୋନା ର ଦ୍ଵିତୀୟ ଲହର ଗତି କମି ଯାଇଥିବାବେଳେ ଏବେ ପୁଣି ହଠାତ ହୁ ହୁ ହୋଇ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛି ପଡିଛି । ଏହାକୁ କଡା ଜବାବ ଦେବାପାଇଁ ଟିକାକରଣ ଏକ ମାତ୍ର ଉପାୟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଉଛନ୍ତି I ବର୍ତ୍ତମାନ ଦେଶରେ ୨ ଡୋଜ ର ଟୀକାକରଣ ପରେ ଅନେକ ସ୍ଥାନରେ ବୁଷ୍ଟର ଡୋଜକୁ ପ୍ରାଥମିକତା ଦିଆଗଲାଣି ।

ଏହାରି ଭିତରେ ଇଭାରା ଫାଉଣ୍ଡେସନ ପକ୍ଷରୁ ଏକ ପିଆଏଲ ସୁପ୍ରିମ କୋର୍ଟ ରେ ଫାଇଲ କରାଯାଇଥିଲା । ସେଥିରେ ଭିନ୍ନକ୍ଷମମାନେ ସବୁଠାରୁ ବିପଜନ୍ନକ ସ୍ଥିତି ଥିବା ଦର୍ଶାଯାଇଛି। ସେମାନେ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରୁ ନଥିବାରୁ ବିଭିନ୍ନ କ୍ଷେତ୍ରରେ ଜାରି କରାଯାଇଥିବା ପ୍ରତିବନ୍ଧକରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଟିକା ପ୍ରମାଣପତ୍ର ନଥିବାରୁ ଭିନନ୍ନକ୍ଷମମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।ଏହି ଅନୁସାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କର ଇଚ୍ଛା ବିରୋଧରେ କିମ୍ବା ଜୋରଜବରଦସ୍ତି ଟିକା ଦିଆଯାଇପାରିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ ।ତେବେ ଦିବ୍ୟାଙ୍ଗ ମାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବା ପ୍ରସଙ୍ଗରେ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛି ଯେ, ଟିକାକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିବା ନେଇ କୌଣସି ଏସଓପି ଜାରି କରାଯାଇନାହିଁ । ଯେକୌଣସି କ୍ଷେତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହଁ। ତେବେ ସରକାର ସମସ୍ତଙ୍କୁ ଟିକାକରଣ ପାଇଁ ଘର ଘର ଟୀକା ଅଭିଯାନ ଆରମ୍ଭ କରିଛନ୍ତି I ସେଥିରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ କରାଯାଇଛି। ତେବେ କୋଭିଡ୍‌ ଟିକାକରଣକୁ ଗତକାଲି ଏକ ବର୍ଷ ପୂରଣ ହୋଇଛି। ୨୬ ଜାନୁଆରି ୨୦୨୧ରେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡ଼ିର କର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା। ଏହାପରେ ବିଭିନ୍ନ ବୟସ ବର୍ଗର ବ୍ୟକ୍ତିଙ୍କ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.