ଆସନ୍ତା କାଲି ଉତ୍ତରପ୍ରଦେଶ ନିର୍ବାଚନ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି
ଶେଷ ହୋଇଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ବାଲଟ ବକ୍ସରେ ଲକ୍ ହୋଇଯାଇଛି ପ୍ରାର୍ଥୀ ଙ୍କ ଭାଗ୍ୟ I ବର୍ତ୍ତମାନ ଉତ୍ତରପ୍ରଦେଶ ନିର୍ବାଚନ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ୪୦୩ ଆସନ ପାଇଁ ହେବ ଗଣତି । ସକାଳ ୮ ରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେବ । ସକାଳ ୮ ଟା ୩୦ ରେ ଇଭିଏମ ଗଣତି ଚାଲିବ । ଗଣତି ପୂର୍ବରୁ କାଉଣ୍ଟିଂ ସେଣ୍ଟର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ଏକଜିଟ ପୋଲ ଅନୁଯାୟୀ ପ୍ରାରମ୍ଭିକ ଟ୍ରେଣ୍ଡ ରେ ଯୋଗୀ ସରକାର ପୁନର୍ବାର ସର୍ବାଗ୍ରେ ରହିଛନ୍ତି I ଯଦି ପୁର୍ବାନୁମାନ ସତ ହୁଏ ତେବେ ୟୁପିରେ ପୁଣି ପଦ୍ମ ଫୁଟିବାକୁ ଯାଉଛି Iକାରଣ ୪୧୦ ଆସନ ବିଶିଷ୍ଟ ୟୁପିରେ ୨୦୫ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ରହିଥିବା ବେଳେ ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ବିଜେପି ଆଗୁଆ ରହିଛି ।
ଯଦି ଏକ୍ଜିଟ୍ ପୋଲ ଆକଳନ ସତ ହୁଏ ଉତ୍ତରପ୍ରଦେଶରେ ପୁଣିଥରେ ବିଜେପି ସରକାରକୁ ଗଢ଼ିବ । ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଇଛି। ଯଦି ଏଭଳି ହୁଏ ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଇତିହାସ ରଚିବ ।
Comments are closed, but trackbacks and pingbacks are open.