ଉତ୍ତରପ୍ରଦେଶ ନିର୍ବାଚନ :ପୁଣି ଦେଖିବାକୁ ମିଳିବ ‘ଚାଚା ଭତିଜା’ ଯୋଡି

14

୨୦୨୨ ରେ ହେବାକୁ ଥିବା ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ରେ ଏଥର ପୁଣି ଥରେ ଏକାଠି ହେବ ‘କକା ପୁତୁରା’ ଯୋଡି । ପୂର୍ବ ବିବାଦକୁ ଭୁଲି ଦାଦା ଶିଵପାଲ ଙ୍କ ସହିତ ହାତ ମିଳାଇଛନ୍ତି ପୁତୁରା ଅଖିଳେଶ ସିଂ ଯାଦବ I ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦାଦା ଶିବପାଲ ସିଂ ଯାଦବଙ୍କ ଦଳ ପ୍ରଗତିଶୀଳ ସମାଜବାଦି ପାର୍ଟି (ଲୋହିଆ) ସହ ମେଣ୍ଟ କରିବେ ବୋଲି ଘୋଷଣା କରିଛନ୍ତି I ଏହି ପଦକ୍ଷେପ ଆଞ୍ଚଳିକ ଏସପିକୁ ମଜଭୁତ କରିବ ବୋଲି ଅଖିଳେଶ କହିଛନ୍ତି। ଅପରାହ୍ନରେ ସେ ତାଙ୍କ ଦାଦାଙ୍କୁ ଭେଟିବା ପରେ ଅଖିଳେଶ ଏହି ଘୋଷଣା କରିଛନ୍ତି। ଉଭୟ ଦଳର ଶତାଧିକ ସମର୍ଥକ ଶିବପାଲଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ “ଚାଚା-ଭାତିଜା ଜିନ୍ଦାବାଦ” ସ୍ଲୋଗାନ ଦେଇଥିଲେ। ଅଖିଳେଶ ପହଞ୍ଚିବା ପୂର୍ବରୁ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଉପସ୍ଥିତ ଥିଲେ। ଶିବପାଲ ଯାଦବ ହେଉଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି (ପିଏସପି) ର ସଭାପତି, ୨୦୧୬ରେ କକା ପୁତୁରା ଙ୍କ ଏସପି (ସମାଜବାଦୀ ପାର୍ଟି) ଠାରୁ ଅଲଗା ହୋଇଥିଲେ ଇ ଏହାପରେ ଜାନୁୟାରୀ ୨୦୧୭ରେ ଶିଵପାଲ ନିଜ ଗଠନ କରିଥିଲେ। ତେବେ ଦାଦା ଶିବପାଲଙ୍କୁ ଭେଟିବା ପରେ ଅଖିଳେଶ ଟ୍ୱିଟ୍ କରି ମିଳିତ ଏହା ଘୋଷଣା କରିଛନ୍ତି।
ତେବେ ଏହା ପୂର୍ବରୁ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେ ନାହିଁ ବୋଲି କହିଛନ୍ନତି। ହେଲେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ମେଣ୍ଟ ହୋଇଯାଇଛି। ଅଖିଳେଶ ଯାଦବ ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି।

Leave A Reply

Your email address will not be published.