ଉତ୍ତର ପ୍ରଦେଶ ବିଜେପି ସଫଳତା ପଛରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ଙ୍କ ସଫଳ ରଣନୀତି

29

ଉତ୍ତରପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ନିର୍ବାଚନ ରେ ଦ୍ଵିତୀୟ ଥର ପାଇଁ ଗାଦି ହାସଲ କାରି ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ I ଉତ୍ତରପ୍ରଦେଶର ମୋଟ ଆସନ ୪୦୩ ମଧ୍ୟରୁ ବିଜେପି ଏକାକୀ ୨୭୩ ଆସନରେ ବିଜୟଲାଭ କରିଥିବାବେଳେ ସମାଜବାଦୀ ପାର୍ଟି ୧୨୫ ଆସନରେ ବିଜୟୀ ହୋଇଛି । ଏହା ସହିତ ବହୁଜନ ସମାଜ ବାଦୀ ପାର୍ଟି ଏଥର ମାଟି କାମୁଡ଼ିଛି I ତେବେ ଯୋଗୀ ସରକାର ଙ୍କ ଏହି ଅଭୁତ ପୂର୍ବ ସଫଳତା ପଛରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିର୍ବାଚନ ରଣ କୌଶଳ ସଫଳ ହୋଇଛି I ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଗଦର୍ଶନରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମିଳିତ ଭାବେ ଦଳକୁ ସଫଳତା ଆଣି ଦେଇଛନ୍ତି ଧର୍ମେନ୍ଦ୍ର ।

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯେବେଯେବେ ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଛନ୍ତି, ସବୁବେଳେ ସେ ତାହା ପୂରଣ କରି ଦେଖାଇଛନ୍ତି। ଧର୍ମେନ୍ଦ୍ରଙ୍କ ପରିଶ୍ରମ ଦଳ ଏବଂ ସଂଗଠନକୁ ଅଧିକ ମଜବୁତ କରାଇଛି । ୟୁପି ପୂର୍ବରୁ ପ୍ରଭାରୀ ଦାୟିତ୍ୱ ତୁଲାଇ ବିହାର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼ ପରି ରାଜ୍ୟରେ ଦଳକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଧର୍ମେନ୍ଦ୍ର । ସେହିପରି ୨୦୧୪,୨୦୧୭, ୨୦୧୯ ପରେ ଏବେ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ, ସର୍ବସ୍ପର୍ଶୀ ନେତୃତ୍ୱ, ସୁଶାସନ ଏବଂ “ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ”ର ମନ୍ତ୍ରରେ ମୋହର ଲଗାଇ ବିଜେପିକୁ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ୟୁପିବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଦେଶର ଚାରୋଟି ରାଜ୍ୟ ଉତ୍ତରପ୍ରଦେଶ, ଉତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଜେପି ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଥିବା ଅଗାଢ ବିଶ୍ୱାସର ପ୍ରମାଣ ବୋଲି ବୋଲି ଟ୍ୱିଟ୍ କରି କହିଛନ୍ତି ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comments are closed, but trackbacks and pingbacks are open.