ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ :ପ୍ରିୟଙ୍କା ,ରାହୁଲ,ଅଖିଲେଶ ଙ୍କୁ କଟାକ୍ଷ କଲେ ସ୍ମୃତି ଇରାନୀ

20

ଦେଶ ସମସ୍ତ ନିର୍ବାଚନ ସମୟରେ ନେତା ମାନଙ୍କର ପ୍ରତିଶୃତି,ବୟାନବାଜି ଓ କଟାକ୍ଷ ଶୁଣିବାକୁ ମିଳିଥାଏ I ସେହିପରି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦୁଇ ଦଳ ମଧ୍ୟରେ ପ୍ରତିଶୃତି ଓ କଟାକ୍ଷ ଆରମ୍ଭ ହେଇଗଲାଣି I ଉତ୍ତରପ୍ରଦେଶ ନିର୍ବାଚନ ରେ ୪୦% ସିଟ୍‌ରେ ମହିଳା ପ୍ରାର୍ଥୀ ଦେବାକୁ ଗତ ମାସରେ ଘୋଷଣା କରିଥିଲେ ପ୍ରିୟଙ୍କା ଗାନ୍ଧୀ। ଏ ସମ୍ପର୍କରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସ୍ଲୋଗାନ ଦେଇଥିଲେ ‘ଲଡକି ହୁଁ, ଲ‍ଢ ସକତି ହୁଁ’ । ଏହାର ଜବାବ ରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଏହାର ଅର୍ଥ, ‘ଘର ପର ଲଡକା ହେ, ପର ଲଢ଼ ନହିଁ ସକତା। ’ ଏହା ବାଦ ସ୍ମୃତି ଇରାନୀ ଆହୁରି ମଧ୍ୟ କହିଛନ୍ତି ‘ଏହାର ଅର୍ଥ କଂଗ୍ରେସ ମହିଳାଙ୍କୁ ୬୦% ଟିକେଟ ଦେବାକୁ ଚାହୁଁନି’। ଏହାଛଡା ସେ କହିଛନ୍ତି, ହାରିବା ଜିତିବା ରାଜନୀତିର ଏକ ଅଂଶବିଶେଷ । ମୁଁ ମଧ୍ୟ ୨୦୧୪ ମସିହାରେ ହାରିଥିଲି । କିନ୍ତୁ ଲୋକମାନଙ୍କୁ ତୁମ ପ୍ରୟାସ ତଥା ଚେଷ୍ଟା ଉପରେ ବିଶ୍ୱାସ ରହିବା ଦରକାର’।

ଏକ ଘରୋଇ ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗଟ କରିଛନ୍ତି । ଏଥିସହ ସେ କହିଛନ୍ତି, ନୀତି, ବିକାଶ ଓ ଲୋକତନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ମଇଦାନକୁ ଓହ୍ଲାଇବ। ଏହାବାଦ, ସମାଜବାଦୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି, ଗତ ୩୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିଳେଶ କହିଥିଲେ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହରୁ ଓ ମହମ୍ମଦ ଜିନା ବାରିଷ୍ଟର ହେବା ସହ ଦେଶ ପାଇଁ ଲଢ଼ିଥିଲେ। ଅଖିଳେଶଙ୍କ ଏହି ବୟାନର ମଜାକ ଉଡ଼ାଇ ସ୍ମୃତି  କହିଛନ୍ତି, ସର୍ଦ୍ଦାର ପଟେଲ ଅତୁଳନୀୟ ଥିଲେ। ଦେଶବାସୀଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବାର ଶ୍ରେୟ ତାଙ୍କର। ଆପଣ ଏପରି ବ୍ୟକ୍ତିତ୍ୱଙ୍କ ତୁଳନା ଏପରି ଲୋକଙ୍କ ସହ କରିବାକୁ ଚାହିଁବେ, ଯିଏ କହିଥିଲେ ଚାଲ ଧର୍ମ ଆଧାରରେ ଦେଶକୁ ବିଭାଜିତ କରିବା।

ଏହାବାଦ ସଲମାନ ଖୁର୍ସିଦଙ୍କ ବହିକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏନେଇ ସ୍ମୃତି ଇରାନୀ କହିଛନ୍ତି, ୧୫ ବର୍ଷ ପୂର୍ବେ ବି ଖୁର୍ସିଦ ମହାଶୟ ଏକ ବହି ଲେଖିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ୧୯୮୪ ମସିହାରେ ହୋଇଥିବା ଦଙ୍ଗାରେ ହିନ୍ଦୁ ଓ ଶିଖ୍‌ ସମ୍ପ୍ରଦାୟ ଲୋକ ନିଜ ପାପର ପ୍ରାୟଶ୍ଚିତ କରିଛନ୍ତି।

Leave A Reply

Your email address will not be published.