ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳପରିଦର୍ଶନ କଲେ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

29

ପୁରୀ /ସୁଆଣ୍ଡୋ : ଆଜି ଅପରାହ୍ନରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁରୀ ଜିଲାର ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଥିଲେ ଏବଂ ସେଠାରେ ନିର୍ମାଣାଧୀନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରିଥିଲେ। ସ୍ମାରକୀ ଭିତରେ ନିର୍ମାଣାଧୀନ ମନ୍ଦିର, ସପିଙ୍ଗ କେନ୍ଦ୍ର, ପାର୍କିଂସ୍ଥଳୀ, ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ଘର, ଗ୍ରାମରାସ୍ତା, ପ୍ରାକୃତିକ ଭୂଚିତ୍ର ଓ ଉଦ୍ୟାନ କାର୍ଯ୍ୟ ଏବଂ ସଂଗ୍ରହାଳୟ ଘର ସହିତ ଅନ୍ୟାନ୍ୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ। ସ୍ମାରକୀର ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବା ନିମନ୍ତେ ଊପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ପୁରୀ ଜିଲାପାଳ ସମର୍ଥ ବର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, ପୁରୀ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଗୋପବନ୍ଧୁଙ୍କ ଷଠିଘରର ଚାଳକୁ ଟାଇଲ ପକା ଯାଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ସଂସ୍କୃତି ସଚିବ ଶ୍ରୀ ସାହୁ। ସଂଗ୍ରହାଳୟ, ପୋଖରୀ, ପିଲାଙ୍କ ଖେଳ ପଡିଆ, ଗ୍ରାମ ରାସ୍ତା, ନିର୍ମାଣାଧୀନ ଶିବମନ୍ଦିର, ପ୍ରତିମୂର୍ତ୍ତି ସ୍ଥାପନ ପିଣ୍ଡି ଆଦି ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେତୁ ନିର୍ମାଣ ନିଗମ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବିକେ ଆର୍ଟ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାଢ଼ୀ, ପ୍ରୋଜେକ୍ଟ ଅଫିସର ଅଫିସର ସୁନ୍ଦର ମାଧବ ପାଢ଼ୀ, ଇଂ.ପ୍ରମୋଦ କୁମାର ନାୟକ, ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ସଦସ୍ୟ ଧୀରେନ୍ଦ୍ର ନାଥ ଦାସ, ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ, କୀର୍ତ୍ତନ ମହାରଣା, ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ I

Comments are closed, but trackbacks and pingbacks are open.