ଆପଣଙ୍କ ଭାଗ୍ୟ ଆପଣଙ୍କ ହାତ ମୁଠାରେ I ରୋଷେଇ ଘରେ ରହିଛି ଏହାର ଅତୁଟ ଉପାୟ I ଆମେ ସମସ୍ତେ ସୋରିଷକୁ ସାଧାରଣତଃ ରୋଷେଇରେ ବ୍ୟବହାର କରିଥାଉ I ସୋରିଷ ୨ ପ୍ରକାର ଥାଏ ,କଳା ଏବଂ ହଳଦିଆ ବା ଶ୍ୱେତ । ଏହି ଶ୍ୱେତ ସୋରିଷ କୁ ରୋଷେଇ ବାଦ ପୂଜାରେ ମଧ୍ୟ ବ୍ୟବହାର କରାଯାଇଥାଏ I ଆସନ୍ତୁ ଜାଣିବା ଏହି ହଳଦିଆ ସୋରିଷର ସେହିପରି କେତେକ ଅତୁଟ ଉପାୟ ବିଷୟରେ :
ହଳଦିଆ ସୋରିଷ ବିଶେଷକରି ବୃହସ୍ପତି ଏବଂ ମା’ ଲକ୍ଷ୍ମୀଙ୍କୁ ପ୍ରତିନିଧିତ୍ବ କରିଥାଏ I ଏହା ସହିତ ହଳଦିଆ ସୋରିଷ ଅନେକ ପ୍ରକାର ସାଂସାରିକ ବାଧାବିଘ୍ନକୁ ମଧ୍ୟ ଦୂର କରିଥାଏ । ଏହାର ୪ ଟି ବିଶେଷ ଉପାୟ ବିଷୟରେ ଜାଣନ୍ତୁ –
ଏହାକୁ ପ୍ରତି ଗୁରୁବାର ଦିନ ଆପଣଙ୍କ ଅଫିସ ବା ବ୍ୟବସାୟ ପ୍ରତିଷ୍ଠାନ (ଆର୍ଥିକ କାରବାର ହେଉଥିବ।)ର ୪ କୋଣରେ ଅଳ୍ପ ଅଳ୍ପ କରି ରଖିଦିଅନ୍ତୁ I ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଆର୍ଥିକ କାରବାର ସହିତ ପ୍ରାଚୁର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ I କାରଣ ଏହା ମା’ଲକ୍ଷ୍ମୀଙ୍କ ସହିତ ବୃହସ୍ପତିଙ୍କୁ ମଧ୍ୟ ଖୁସି କରିଥାଏ I
ଐଶ୍ୱର୍ଯ୍ୟ ବୃଦ୍ଧି ପାଇଁ ଅଳ୍ପ ହଳଦିଆ ସୋରିଷ ଏବଂ ଅକ୍ଷତ (ବୃହସ୍ପତି ଏବଂ ଚନ୍ଦ୍ରମା ଏହା ଗଜ କେଶରୀ ଯୋଗ ହୋଇଥାଏ) କୁ ଏକାଠି ମିଶାଇ ଏକ ହଳଦିଆ କପଡ଼ା (ସୂର୍ଯ୍ୟଶକ୍ତି) ରେ ବାନ୍ଧି ଆପଣଙ୍କ ଆଲମିରା ଲକରରେ ରଖି ଦିଅନ୍ତୁ I
ଘରେ ପାର୍ଟି ଆଦି ଥିଲେ ଆରମ୍ଭ ହେବ। ପୂର୍ବରୁ ଘରର ଗୋଟିଏ କୋଣରେ ଏକ ଛୋଟ ପାତ୍ରରେ ଅଳ୍ପ ଗୁଡ଼ ଏବଂ ହଳଦିଆ ସୋରିଷ ମିଶାଇ ରଖି ଦିଅନ୍ତୁ । କାର୍ଯ୍ୟକ୍ରମ ସରିବା ପରେ ଏହାକୁ ନେଇ କୌଣସି ପ୍ରବାହିତ ଜଳ ବା କୌଣସି ଗଛ ମୂଳରେ ପୋତି ଦିଅନ୍ତୁ । ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ I
ଠିକ ସେହିପରି ପିତୃଦୋଷ ଖଣ୍ଡନ ପାଇଁ କିମ୍ବା ବାରମ୍ବାର ଦୌଡ଼ି ଦୌଡ଼ି ମଧ୍ୟ ଯଦି କୌଣସି କଣ ହେଉ ନଥାଏ ,ତେବେ ଅଳ୍ପ ହଳଦିଆ ସୋରିଷ,ଗୋଲ ମରିଚ ଏବଂ ଅଳ୍ପ କଳା ଜିରା ହାତରେ ନେଇ ନିଜ ଉପରେ ୭ ଥର ବୁଲାଇ ଆଣି ପ୍ରବାହିତ ଜଳ କିମ୍ବା ଗଛ ମୂଳରେ ପୋତି ଦିଅନ୍ତୁ I ସମସ୍ୟାର ଶୀଘ୍ର ସମାଧାନ ହୋଇଯିବ I
ସେହିପରି ସୌନ୍ଦଯ୍ୟ ବୃଦ୍ଧିପାଇଁ ମୁଠାଏ ହଳଦିଆ ସୋରିଷକୁ ଶୁଖିଲା କରେଇରେ ସାମାନ୍ୟ ଭାଜି ନିଅନ୍ତୁ । ଥଣ୍ଡା ହେଲାପରେ ଏହାକୁ ଭଲ ଭାବରେ ବାଟି ଦେଇ ଏଥିରେ କିଛି ହଳଦୀ ଗୁଣ୍ଡ ଏବଂ କେଇବୁନ୍ଦା ସୋରିଷ ତେଲ ମିଶାଇ ପେଷ୍ଟ ତିଆରି କରି ଫ୍ରିଜରେ ରଖି ଦିଅନ୍ତୁ I ଗାଧୋଇବା ପୂର୍ବରୁ ପ୍ରତିଦିନ ଏହି ମିଶ୍ରଣକୁ କିଛି ପରିମାଣରେ ନେଇ ମୁହଁରେ ଲଗାନ୍ତୁ ଏବଂ ସୁଖି ଗଲାପରେ ହାତରେ ଘଷି ଛଡାଇ ଦିଅନ୍ତୁ I ଅଳ୍ପ ଦିନ ଭିତରେ ମୁହଁର ଚମକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ I ହଳଦିଆ ସୋରିଷ ଶ୍ରୀ ବୃଦ୍ଧି କରିବା ସହିତ ସମସ୍ୟାର ସମାଧାନ ମଧ୍ୟ କରିଥାଏ I
Comments are closed, but trackbacks and pingbacks are open.