ଭାରତକୁ ଆମେରିକାର ଚେତାବନୀ,ଚୀନ ଆକ୍ରମଣ କଲେ ସାହାଯ୍ୟ କରିବ ନାହିଁ ଋଷ

39

ୟୁକ୍ରେନ- ଋଷ ଯୁଦ୍ଧରେ ଭାରତର ନୀରବତା ଓ ଋଷ ଠାରୁ ତୈଳ କିଣିବାକୁ ନେଇ ଭାରତକୁ ପରୋକ୍ଷ ଧମକ ଦେଇଛି ଆମେରିକା । ଆମେରିକାର ଡେପୁଟି ଏନଏସଏ(ଜାତୀୟ ସୁରକ୍ଷା ଉପପରାମର୍ଶଦାତା) ଦଲିପ ସିଂହ ସମ୍ପ୍ରତ୍ତି ଭାରତ ଗସ୍ତରେ ଆସିଥିବାବେଳେ ଋଷ ସହ ଭାରତର ବାଣିଜ୍ୟିକ ସମ୍ପର୍କକୁ ନେଇ ଚେତାବନୀ ଦେଇଥିବା ଜଣାପଡିଛି । ମାସାଧିକାଳ ଧରି ୟୁକ୍ରେନ୍ ଉପରେ ଯୁଦ୍ଧ ଅବ୍ୟାହତ ରଖିଥିବାରୁ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧରେ ଏକାଧିକ କଟକଣା ଲାଗୁ କରିସାରିଛନ୍ତି । ଏହି ପରିପେକ୍ଷିରେ ଯଦି କୌଣସି ରାଷ୍ଟ୍ର ଏଭଳି କଟକଣାକୁ ଖାତିର କରି ଋଷ ନିକଟରୁ ତୈଳ କିଣନ୍ତି , ତେବେ ପରିଣାମ ଭୟାବହ ହୋଇପାରେ ବୋଲି ଦଲିପ କହିଛନ୍ତି । ଏପରିକି ଭାରତ ମଧ୍ୟ ଆମେରିକାର ଆକ୍ରୋଶରୁ ବର୍ତ୍ତିବ ନାହିଁ ବୋଲି ସେ ରୋକଠୋକ୍ ଶୁଣାଇଛନ୍ତି । ତେଲ କିଣା ପ୍ରସଙ୍ଗରେ ଋଷ ସହ ଟଙ୍କା –ରୁବଲ ମେକାନିଜିମକୁ କାର୍ଯ୍ୟକାରୀ କରାଗଲେ ଏହା ଆମେରିକା ପ୍ରତି ଶତ୍ରୁତାଭାବେ ପରିଗଣିତ ହେବ ବୋଲି ମଧ୍ୟ ସେ କହିଛନ୍ତି ।
ଆମେରିକା ଲାଗୁ କରିଥିବା କଟକଣା କେତେଦୂର ଯଥାର୍ଥ ତାହା ପ୍ରତିପାଦନ କରିବାକୁ ସେ ଭାରତ ଗସ୍ତରେ ଆସିଥିବା କହିଛନ୍ତି । ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ର ସହ ସୁସମ୍ପର୍କ ରଖିବାକୁ ଆମେରିକା ସର୍ବଦା ଅଗ୍ରହୀ । ଏବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ କୌଣସି ରାଷ୍ଟ୍ର ଯଦି ଋଷ ନିକଟରୁ ତେଲ କ୍ରୟ କରନ୍ତି ତେବେ ସେମାନେ ଏହି କଟକଣାର ଗୁରୁତ୍ୱକୁ ଅପମାନିତ କରୁଥିବା ବୁଝିବାକୁ ପଡିବ, ବା ଆମେରିକାର କଟକଣାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ବୁଝିବାକୁ ପଡିବ ବୋଲି ଦଲୀପ ସିଂହ କହିଛନ୍ତି ।

Comments are closed, but trackbacks and pingbacks are open.