ଭାରତ ଗସ୍ତ ଶେଷ କରି ଫେରିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

27

ଭାରତ ଛାଡିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଭାରତରୁ ଫେରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ସେ ଆଜି ଦିଲ୍ଲୀରୁ ଭିଏତନାମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ଆମେରିକା ପ୍ରଧାନମନ୍ତ୍ରୀ ଜୋ ବାଇଡେନ l ସେ ଦିଲ୍ଲୀରେ ଅନୁଷ୍ଠିତ ଜି 20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ଦିନ ଭାରତ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ l ଗତକାଲିର ଜି 20 ର ପ୍ରଥମ ଦିବସ ଅଧିବେଶନରେ ସେ ଯୋଗ ଦେଇଥିଲେ l ଏହି ସମୟରେ ସ୍ୱାଗତ ସ୍ଥଳରେ ଥିବା କୋଣାର୍କ ଚକ୍ର ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ବୁଝାଇଥିଲେ l ଏଥିସହ ଆଜି ସକାଳେ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳିର ସୁମନ ଅର୍ପଣ କରିବା ପରେ ବାଇଡେନ ଭାରତ ଛାଡି ଭିଏତନାମ ଗସ୍ତ କରିଛନ୍ତି l

Comments are closed, but trackbacks and pingbacks are open.