ନାଇଜେରିଆରେ ବିମାନ ଆକ୍ରମଣ କଲା ଆମେରିକା

247

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଉତ୍ତର-ପଶ୍ଚିମ ନାଇଜେରିଆରେ ISIS ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମେରିକା ବିମାନ ଆକ୍ରମଣ କରିଛି। ଟ୍ରମ୍ପ କହିଛନ୍ତି ଯେ, ଏହି ଆତଙ୍କବାଦୀମାନେ ମୁଖ୍ୟତଃ ନିରୀହ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରି ନିର୍ମମ ଭାବରେ ହତ୍ୟା କରୁଥିଲେ। ଆମେରିକି ରାଷ୍ଟ୍ରପତି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏହି ଆକ୍ରମଣ ତାଙ୍କ ନିର୍ଦ୍ଦେଶରେ କରାଯାଇଥିଲା ଏବଂ ଉତ୍ତର-ପଶ୍ଚିମ ନାଇଜେରିଆରେ କାର୍ଯ୍ୟରତ ISIS ଲଢ଼ୁଆମାନଙ୍କୁ ଟାର୍ଗେଟ କରାଯାଇଥିଲା। ସେ ଲେଖିଛନ୍ତି ଯେ, “ଆଜି ରାତିରେ, କମାଣ୍ଡର ଇନ୍ ଚିଫ୍ ଭାବରେ ମୋ ନିର୍ଦ୍ଦେଶରେ ଆମେରିକା ଉତ୍ତର-ପଶ୍ଚିମ ନାଇଜେରିଆରେ ISIS ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଘାତକ ଆକ୍ରମଣ କରିଛି।” ଏହି ସମୟରେ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ନାଇଜେରିଆ ସରକାରଙ୍କୁ ଏହାର ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଇଙ୍ଗିତ କରିଛନ୍ତି।

Comments are closed, but trackbacks and pingbacks are open.