ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ପୌରାଞ୍ଚଳ ଗୁଡିକ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାର୍ଗ ଦର୍ଶିକା

48

ଭୁବନେଶ୍ୱର: ରାଜ୍ୟରେ ଜଳବାୟୁର ଅନିୟମିତତା ଏବଂ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା (SOP) ଜାରି କରାଯାଇଛି। ବିଶେଷ କରି ସହରାଞ୍ଚଳରେ କଂକ୍ରିଟ୍‌ ଭିତ୍ତିଭୂମି ଯୋଗୁଁ ସୃଷ୍ଟି ହେଉଥିବା ଅତ୍ୟଧିକ ଗରମର ମୁକାବିଲା କରିବା ପାଇଁ ସମସ୍ତ ପୌରାଞ୍ଚଳକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବାକୁ ଏହି SOPରେ କୁହାଯାଇଛି। ଜଳ ଯୋଗାଣ ପାଇପଲାଇନରେ କୌଣସି ତ୍ରୁଟି ଦେଖାଦେଲେ ବା ଅଭିଯୋଗ ମିଳିଲେ ତାହାକୁ, ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବା ବାଧ୍ୟତାମୂଳକ କରାଯାଇଛି। ଜଳାଭାବ ଅଞ୍ଚଳରେ ପାନୀୟ ଜଳ ପହଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ଟ୍ୟାଙ୍କର ନିୟୋଜିତ କରାଯିବ। ଆବଶ୍ୟକ ସ୍ଥଳେ ଅତିରିକ୍ତ ଟ୍ୟାଙ୍କର ଭଡ଼ାରେ ଲଗାଇବାକୁ ମଧ୍ୟ ଅନୁମତି ଦିଆଯାଇଛି। ସମସ୍ତ ନଳକୂପ ଓ ହ୍ୟାଣ୍ଡ ପମ୍ପକୁ କାର୍ଯ୍ୟକ୍ଷମ ରଖିବା ସହ ଏହାର ମରାମତି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

Comments are closed, but trackbacks and pingbacks are open.