ପ୍ରକାଶ ପାଇଲା ୨୦୨୧ ର UPSC ରେଜଲ୍ଟ : ଶୃତି ଶର୍ମା ହେଲେ ଟପ୍ପର

44

୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଆଇଏଏସ ପାଇଁ ୧୮୦ ଜଣ, ଆଇପିଏସ ପାଇଁ ୨୦୦ ଜଣ ଓ ଆଇଏଫ୍ଏସ ପାଇଁ ୩୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥର ପ୍ରଥମ ୪ ଟି ସ୍ଥାନରେ ରହିଛନ୍ତି ଝିଅ। କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୁତି ଶର୍ମା। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନକୁ ବି ଝିଅମାନେ କବ୍‌ଜା କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ ରହିଥିବା ବେଳେ ତୃତୀୟରେ ଜାମିନି ସିଂଗଲ ଓ ଚତୁର୍ଥରେ ଐଶ୍ୱର୍ଯ୍ୟା ବର୍ମା ରହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ଅଙ୍କୁର ଦାସ ୫୨ତମ ସ୍ଥାନରେ ଥିବା ବେଳେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ୬୩ତମ ସ୍ଥାନରେ ରହିଛନ୍ତି। ସେହିପରି ଗୌରବ କୁମାର ଅଗ୍ରୱାଲ ୮୬ ନମ୍ବର ସ୍ଥାନରେ ରହିଥିବା ବେଳେ ଦୁର୍ଗା ପ୍ରସାଦ ଅଧିକାରୀ ୨୦୫, ବିଶ୍ୱ ବିଶ୍ରୁତ ତ୍ରିପାଠୀ ୨୩୨, ଅନୁପ ଗର୍ଗ ୨୬୯, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬ ଓ ମାନସ ରଞ୍ଜନ ସାହୁ ୫୧୩ ନମ୍ବର ସ୍ଥାନରେ ରହିଛନ୍ତି।

Comments are closed, but trackbacks and pingbacks are open.