ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାର ୫୪ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ଏଥିରେ ଚାରିଟି ଖାଲିଥିବା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ଆସନ ପାଇଁ ପାଞ୍ଚଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥୀ ଜିତୁଥିବା ବେଳେ ଚତୁର୍ଥ ଆସନ କାହାର ହେବ ସେ ନେଇ ଚାଲିଛି ଛକାପଞ୍ଚା। ଭୋଟ ଗ୍ରହଣ ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ ଦେଖାଯାଇଛି। ଦ୍ଵିତୀୟ ବାଲଟରେ ଉପାସନାଙ୍କ ଭୋଟକୁ ନେଇ ବିରୋଧୀ ଦଳ ବିରୋଧ କରିଥିଲେ। ଯେଉଁଥିପାଇଁ କିଛି ସମୟ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ଏହା ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣା ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ନିୟୋଜିତ ଅଧିକାରୀ ଆଚରଣ ବିଧି ଉଲ୍ଲଂଘନ କରିଥିବା ନବୀନ କହିଛନ୍ତି। ନବୀନ କହିଛନ୍ତି ଯେ, “ଉପାସନା ମହାପାତ୍ରଙ୍କ ଭୋଟରେ ତ୍ରୁଟି ଥିଲା। ଏହା ସଂପୂର୍ଣ୍ଣ ବେଆଇନ।”
Comments are closed, but trackbacks and pingbacks are open.