ନିଆରା ରେସ୍ତୋରାଁ: ଗ୍ରାହକ ଧରନ୍ତି ନିଜ ପାଇଁ ମାଛ

27

ଜାପାନ ଓସାକା ସ୍ଥିତ ‘ଜାଓ ରେସ୍ତାରାଁ’ରେ ଖାଦ୍ୟ ଅର୍ଡର ଦେବା ପ୍ରକ୍ରିୟା ଅନ୍ୟ ରେସ୍ତୋରାଁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ସି’ ଫୁଡ୍ ଖାଦ୍ୟ ଅର୍ଡର ଦେଲେ ରେସ୍ତୋରାଁ ପରିସରରେ ଥିବା ଏକ ପୁଲ୍‌ରୁ ଗ୍ରାହକଙ୍କୁ ମାଛ ଧରିବାକୁ ହୋଇଥାଏ । ଏହାସହ ଗ୍ରାହକଙ୍କର ମାଛ ସହ ଫଟୋ ଉତ୍ତୋଳନ କରାଯାଏ । ତା’ସହ ରେସ୍ତୋରାଁ ପକ୍ଷରୁ ଏକ ବଡ଼ ଘୋଷଣା ବି କରାଯାଏ । ତେବେ ଗ୍ରାହକ ଧରିଥିବା ମାଛକୁ ସେଫ୍‌ଙ୍କ ପାଖକୁ ପଠାଯାଏ ଏବଂ ସେଥିରେ ଗ୍ରାହକଙ୍କ ମନପସନ୍ଦର ରାନ୍ଧଣା ସେଫ୍ ପ୍ରସ୍ତୁତ କରନ୍ତି । ରେସ୍ତୋରାଁ ୱେବ୍‌ସାଇଟ୍ ଅନୁସାରେ, ମାଛ ଧରିଲେ ତାହାର ମୂଲ୍ୟ ଶସ୍ତା ହୋଇଥାଏ । ଅର୍ଥାତ୍ ଗ୍ରାହକଧରିଥିବା ମାଛ ଉପରେ ରିହାତି ପ୍ରଦାନ କରାଯାଏ । ଏହି ବ୍ୟବସ୍ଥାର ଉପଯୋଗ ଗ୍ରାହକ ତାଜା ଓ ସ୍ୱାଦିଷ୍ଠ ମାଛ ଖାଇବା ପାଇଁ କରିବେ ବୋଲି କୁହାଯାଇଛି । ସେହିପରି ଗ୍ରାହକଙ୍କୁ ମାଛ ଧରିବାରେ ରେସ୍ତୋରାଁର ସଦସ୍ୟ ବି ସାହାଯ୍ୟ କରନ୍ତି । ଅବଶ୍ୟ ରେସ୍ତୋରାଁର ଏଭଳି ବ୍ୟବସ୍ଥାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Comments are closed, but trackbacks and pingbacks are open.