ସିଙ୍ଗାପୁର – ଭାରତ ହକାଥନ୍ ୨୦୨୩ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

24

ଭୁବନେଶ୍ୱର, ୧୩ ମାର୍ଚ୍ଚ– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ସିଙ୍ଗାପୁରର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କ ସହ ସିଙ୍ଗାପୁର – ଭାରତ ହକାଥନ୍ ୨୦୨୩ ଲୋକାର୍ପଣ କରିଛନ୍ତିI

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏହି ସିଙ୍ଗାପୁର-ଭାରତ ହକାଥନ୍ ୨୦୨୩ ଉଭୟ ଦେଶର ଯୁବ ଉଦ୍ଭାବକଙ୍କୁ ସହଯୋଗୀ ହୋଇ ବିଭିନ୍ନ ସମସ୍ୟାର ସମଧାନ ଖୋଜିବାର ଏକ ବୃହତ ପ୍ଲାଟଫର୍ମ ପ୍ରାଦନ କରିବ I ଏହି ହକାଥନ୍ ୨୦୨୩ ର ବିଷୟବସ୍ତୁ ‘ଫିନଟେକ୍ ଓ ସଷ୍ଟେନବିଲିଟି’ ବର୍ତ୍ତମାନର ବୈଷୟିକ ପ୍ରସଙ୍ଗରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ସିଙ୍ଗାପୁର ଭାରତର ବିଶ୍ୱସ୍ତ ସହଯୋଗୀ ଏବଂ ବନ୍ଧୁ I

ଉଭୟ ଦେଶର ଦୂରଦୃଷ୍ଟିକୁ ସାକାର କରିବା ସହ ଭାରତକୁ କୁଶଳୀ ମାନବ ସମ୍ବଳର ବୈଷୟିକ ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା, ବୈଶ୍ୱିକ କଲ୍ୟାଣ ଓ ଭଏସ ଅଫ ଗ୍ଲୋବାଲ ସଉଥକୁ ସୁଦୃଢ କରିବାକୁ ଆମକୁ ‘କେପାସିଟି (ଦକ୍ଷତା), କ୍ୟାପିଟାଲ ଓ କାପାବିଲିଟି (ସାମର୍ଥ୍ୟ) ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ I

‘ବସୁଧୈବ କୁଟୁମ୍ବକମ’ ସୂତ୍ର ସହିତ ଭାରତର ଅଧ୍ୟକ୍ଷତାରେ ଜି -୨୦ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସିଙ୍ଗାପୁର – ଭାରତ ହକାଥନ୍ ୨୦୨୩ ଉଭୟ ଦେଶର ସାମର୍ଥ୍ୟକୁ ବଢାଇବ । ନବସୃଜନକୁ ଗତି ଦେବା ସହ ବିଶ୍ୱ ପାଇଁ ଥିବା ଉଭୟ ଦେଶର ଆକାଂକ୍ଷାକୁ ପୂରଣ କରିବା ସହ ସହଭାଗିତାକୁ ଅଧିକ ସୁଦୃଢ କରିବ I ଏହି ହକାଥନ୍ ଉଭୟ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ I

ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ସିଙ୍ଗାପୁରର ନାନୟାଙ୍ଗ୍ ଟେକ୍ନୋଲୋଜି ୟୁନିଭରସିଟି ନୂତନ ଉଦ୍ଭାବନ କିମ୍ବା ନବସୃଜନ କ୍ଷେତ୍ରରେ ସାହାଯ୍ୟ କରିବା ସହ ତାକୁ ଷ୍ଟାର୍ଟ ଅପରେ ପରିଣତ କରି ସମାଜ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ରୋଜଗାର ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Comments are closed, but trackbacks and pingbacks are open.