ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସିଟି ସ୍କାନ ସେବା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

419

ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଉପକୃତ ହେବେ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ନଭେମ୍ବର ୧୮ – ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ କରକମଳରେ ଏକ ‘ନିଶୁଳ୍କ ସିଟି ସ୍ଲାନ୍ ସେବା’ର ଶୁଭାରମ୍ଭ ହୋଇଛି ।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ସର୍ଭିସର ଲୋକାର୍ପଣ ହେବା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ରାଜ୍ୟରେ ଚିକିତ୍ସା ସେବାର ସୁଦୃଢୀକରଣ କରିବା ଦିଗରେ ନୂଆ ସରକାର ବିହିତ ପଦକ୍ଷେପ ନେଉଛନ୍ତି । ଏହି ସରକାରୀ ହସ୍ପିଟାଲରେ ସିଟି ସ୍କାନ୍ ସେବା ପରିଚାଳନା ପାଇଁ କଟକ ସ୍ଥିତ ଆଡାନେକ୍ସ ହେଲ୍ଥ କେୟାର ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମସିଏଲ୍) ସହ ଚୁକ୍ତି ସ୍ୱାକ୍ଷର କରିଛି ।  ଏହି ଅତ୍ୟାଧୁନିକ ସିଟି ସ୍ଲାନ୍ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ମାଗଣାରେ ନିଜର ସିଟି ସ୍କାନ୍ କରାଇବା ସହ ବିଶେଷ ଉପକୃତ ହୋଇପାରିବେ । ଆଜିର ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଓ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.